୨୧ ଜାନୁଆରି ନବମ ରାଷ୍ଟ୍ରୀୟ ନେତାଜୀ ଉତ୍ସବ

Advertisment

ଲକ୍ଷ୍ମୀବାଈ, ଟିପୁ ସୁଲତାନ୍ ଓ ମାଦ୍ରି କାଲୋଙ୍କୁ ଉତ୍ସର୍ଗ

ଲକ୍ଷ୍ମୀବାଈ, ଟିପୁ ସୁଲତାନ୍ ଓ ମାଦ୍ରି କାଲୋଙ୍କୁ ଉତ୍ସର୍ଗ

ହାତୀ ପିଠିରେ କଟକ ବୁଲିଥିଲେ ସୁଭାଷ

Cultural India

ଭୁବନେଶ୍ବର : ୨୦୧୫ରୁ ଆରମ୍ଭ ହୋଇଥିବା ଜନ୍ମଭୂମିରୁ ଯୁଦ୍ଧଭୂମି ଦେଶବ୍ୟାପୀ ନେତାଜୀ ସୁଭାଷ ଜନ୍ମମାଟି ଯାତ୍ରା ନବମ ବର୍ଷରେ ପହଞ୍ଚିଛି। ନବମ ନେତାଜୀ ସୁଭାଷ ରାଷ୍ଟ୍ରୀୟ ଉତ୍ସବ ରାଷ୍ଟ୍ରୀୟ ଉତ୍ସବ ଜାନୁଆରି ୨୧ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ଏବଂ ପ୍ରତିବର୍ଷ ଭଳି ୟୁନିଟ୍‌-୩ ବୁଦ୍ଧମନ୍ଦିର ହଲ୍‌ରେ ଏହା ଆୟୋଜନ କରାଯାଉଛି ବୋଲି ଉତ୍କଳ ବିକାଶ ଯୁବ ପରିଷଦ ପକ୍ଷରୁ ଯୁଗ୍ମ ସଂଯୋଜକ ମନୋରଂଜନ ନାୟକ ଓ ସୁଶ୍ରୀ ସରିତା ବାରିକ ଜଣାଇଛନ୍ତି। ନେତାଜୀ ଉତ୍ସବକୁ ସଶସ୍ତ୍ର ସ୍ବାଧୀନତା ସଂଗ୍ରାମର ତିନି ମହାରଥୀ ଝାନ୍‌ସି ରାଣୀ ଲକ୍ଷ୍ମୀବାଈ, ଟିପୁ ସୁଲତାନ ଓ ଆଦିବାସୀ ମୁକ୍ତି ସଂଗ୍ରାମୀ ମାଦ୍ରି କାଲୋଙ୍କୁ ଉତ୍ସର୍ଗ କରାଯାଉଛି।

ଉତ୍ସବରେ ଝାନ୍‌ସି ରାଣୀ ଓ ଟିପୁ ସୁଲତାନ୍‌ଙ୍କର ଦାୟାଦ ଯୋଗେଶ ଝାନ୍‌ସିୱାଲେ, ସାହେବଜାଦା ମହମ୍ମଦ ଶହୀଦ୍‌ ଆଲାମ୍‌ ଏବଂ ଶ୍ରୀମତୀ ମେହେଫୁଜା ଖାତୁନ୍‌ ପ୍ରମୁଖ ଯୋଗଦେବେ। ଉତ୍ସବରେ ଉଭୟ ବାଂଲାଦେଶ ଓ ଭାରତ ବର୍ଷର ଆର୍ଥିକ ଦୁର୍ବଳ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଜାଦ୍ ହିନ୍ଦ୍ ଫୌଜର ବୀରତ୍ବ ଓ ବଳିଦାନର ସ୍ମାରକୀ ସ୍ବରୂପ ଜୟ ହିନ୍ଦ୍ ବୃତ୍ତି ପ୍ରଦାନ କରାଯିବ। ପ୍ରତିଭାବାନ୍‌ ବ୍ୟକ୍ତିତ୍ବଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାଇଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରର ପ୍ରତିନିଧିମାନେ କଟକସ୍ଥିତ ନେତାଜୀଙ୍କର ଜନ୍ମସ୍ଥାନ ଓଡ଼ିଆ ବଜାର, ନେତାଜୀ ଭବନ ଏବଂ ରେଭେନ୍ସା କଲିଜିଏଟ୍ ସ୍କୁଲ୍ ପରିଦର୍ଶନ କରିବେ। ନବମ ବର୍ଷରୁ ବିଭିନ୍ନ ସଂଗଠନର ସହଯୋଗରେ ରାଜ୍ୟ ଓ ଦେଶର ବିଭିନ୍ନ ଅଞ୍ଚଳରେ ନେତାଜୀ ଉତ୍ସବ ପର୍ଯ୍ୟାୟକ୍ରମେ ପାଳିତ ହେବ।

ଉଲ୍ଲେଖଯୋଗ୍ୟଯେ, ନେତାଜୀଙ୍କର କାର୍ଯ୍ୟାବଳୀ, ଆଦର୍ଶ ଓ ଆଜାଦ୍ ହିନ୍ଦ୍ ଫୌଜର ବୀରତ୍ବ ଏବଂ ବଳିଦାନ ପ୍ରଚାର ଓ ପ୍ରସାର ପାଇଁ ଅଭିନବ ଢଙ୍ଗରେ ଉତ୍କଳ ବିକାଶ ଯୁବ ପରିଷଦ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଏହି ଉପଲକ୍ଷେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରଫେସର କିଶୋର ସ୍ୱାଇଁ, ଗୌରାଙ୍ଗ ଚରଣ ନାୟକ, ଅଖିଳ ନାୟକ, ପ୍ରଫେସର ଅଜୟ ପରିଡ଼ା, ସୂର୍ଯ୍ୟକାନ୍ତ ସେଠୀ, ହର ପ୍ରସାଦ, ସତ୍ୟବ୍ରତ, ନୀଳକଣ୍ଠ, ଶକ୍ତି ମିଶ୍ର, ଶରତ ଭୂୟାଁ, ମହମ୍ମଦ ଇମ୍ରାନ୍ ଓ ପରିଷଦର ସଭାପତି ଦେବୀ ପ୍ରସାଦ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe