Nipah virus case detected in West Bengal: ପଶ୍ଚିମବଙ୍ଗରେ ନିପା ଭୂତାଣୁ ଆକ୍ରାନ୍ତ ଚିହ୍ନଟ: ଓଡ଼ିଶାକୁ ଭୟ ବଢ଼ିଲା

Advertisment

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଘରୋଇ ହସ୍ପିଟାଲରେ ୨ଜଣ ନର୍ସ ସନ୍ଦିଗ୍ଧ ନିପା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କଠାରେ ରହିଥିବା ଲକ୍ଷଣ ନିପା ଭୂତାଣୁ ବୋଲି ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଘରୋଇ ହସ୍ପିଟାଲରେ ୨ଜଣ ନର୍ସ ସନ୍ଦିଗ୍ଧ ନିପା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କଠାରେ ରହିଥିବା ଲକ୍ଷଣ ନିପା ଭୂତାଣୁ ବୋଲି ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

nipah virus

Photograph: (The Hindu)

ଭୁବନେଶ୍ବର: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଘରୋଇ ହସ୍ପିଟାଲରେ ୨ଜଣ ନର୍ସ ସନ୍ଦିଗ୍ଧ ନିପା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କଠାରେ ରହିଥିବା ଲକ୍ଷଣ ନିପା ଭୂତାଣୁ ବୋଲି ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସେମାନଙ୍କ ନମୁନା ଏମ୍‌ସକୁ ପଠାଯାଇଛି। ସଂକ୍ରମଣ ରୋକିବାକୁ ଏକ ଜାତୀୟ ଯୁଗ୍ମ ସଂକ୍ରମଣ ରେସପନ୍‌ସ ଦଳ ଗଠନ ହୋଇଛି। ତେବେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରତିଦିନ ଲୋକଙ୍କ ଯିବାଆସିବା ଲାଗି ରହିଥିବାରୁ ଓଡ଼ିଶା ପାଇଁ ଏହା ଭୟ ବଢ଼ାଇଛି। ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ନିପା ଭୂତାଣୁ ଚିହ୍ନଟ ହୋଇନାହାନ୍ତି। କୋଭିଡ୍‌ ପରିସ୍ଥିତିରେ ଅନ୍ୟ ରାଜ୍ୟ ଓ ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ଜରିଆରେ ଯେଉଁଭଳି ସଂକ୍ରମଣ ବ୍ୟାପିଥିଲା ତାହାର ଭୟ ଏବେ ବି ମନରୁ ଯାଇନାହିଁ। ପଶୁ, ସଂକ୍ରମିତ ଖାଦ୍ୟ କିମ୍ବା ସିଧାସଳଖ ମଣିଷକୁ ନିପା ଭୂତାଣୁ ବ୍ୟାପିଥାଏ। ସଂକ୍ରମିତ ଲାଳ, ମଳ, ମୂତ୍ର ଓ ରକ୍ତ ଜରିଆରେ ଏହା ବ୍ୟାପିବାର ଆଶଙ୍କା ଅଧିକ। ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଜ୍ବର ସହ ମୁଣ୍ଡବିନ୍ଧା, ଗଳା ଦରଜ, ଡାଇରିଆ, ବାନ୍ତି, ମାଂସପେଶୀରେ ଯନ୍ତ୍ରଣା ଓ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ। ଗୁରୁତର ଆକ୍ରାନ୍ତ ବ୍ୟକ୍ତି କୋମାକୁ ଚାଲିଯିବାର ଆଶଙ୍କା ରହିଛି। ତେଣୁ ନିୟମିତ ହାତ ଧୋଇବା ସହ ସଂକ୍ରମିତ ଘୁଷୁରି ଓ ବାଦୁଡ଼ିଙ୍କଠାରୁ ଦୂରେଇ ରହିବା ଆବଶ୍ୟକ।

Narendra Modi: ‘ଭାରତର ଯୁବପିଢ଼ି ଦେଶକୁ ଦାସତ୍ୱର ମାନସିକତାରୁ ମୁକ୍ତ କରିବା ପାଇଁ ସଂକଳ୍ପ ନେବା ଉଚିତ’

ନିଷ୍ପତ୍ତିରେ ରହିଗଲା ଜୁନୋଟିକ୍ ରୋଗ ଆକ୍ସନ୍‌ ପ୍ଲାନ୍‌
ଓଡ଼ିଶାରେ ନିପା ଭୂତାଣୁର ଇତିହାସ ନାହିଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର କହିଛନ୍ତି, ଓଡ଼ିଶାରେ ପୂର୍ବରୁ କେବେ ନିପା ଭୂତାଣୁ ଚିହ୍ନଟ ହୋଇନି। କେନ୍ଦ୍ର ସରକାର ଯଦି କୌଣସି ନିର୍ଦ୍ଦେଶାବଳୀ ଜାରି କରନ୍ତି ତା’ହେଲେ ରାଜ୍ୟ ସରକାର ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରିବେ। ବର୍ତ୍ତମାନ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନ ଥିବା ସେ କହିଛନ୍ତି। ବିଶ୍ବବ୍ୟାପୀ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ପଶୁଠାରୁ ମଣିଷକୁ ରୋଗ ବ୍ୟାପିବାର ଆଶଙ୍କା ବଢ଼ିଛି। ତେଣୁ ଏଭଳି ରୋଗ ବା ଜୁନୋଟିକ୍‌ ଡିଜିଜ୍‌ର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏକ ରଣନୀତି ପ୍ରସ୍ତୁତ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୨୩ ମସିହାରେ ଏ ସଂପର୍କିତ ଏକାଧିକ ବୈଠକ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିଲା। ୱାନ୍‌ ହେଲ୍‌ଥ କାର୍ଯ୍ୟକ୍ରମ ଜରିଆରେ ଜୁ‌ନୋଟିକ୍ ରୋଗ ମୁକାବିଲା ପାଇଁ ରାଜ୍ୟର ୭ଟି ସେଣ୍ଟିନେଲ୍‌ ସାଇଟ୍‌ରେ ଲ୍ୟାବ୍‌ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି କରାଯାଇଛି। ଏହାସହ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଆକ୍ସନ୍‌ ପ୍ରସ୍ତୁତ ପ୍ରସ୍ତୁତ ହେବା ସହ କେଉଁ ଜୁନୋଟିକ୍‌ ରୋଗ ଅଧିକ ବ୍ୟାପୁଛି ତାହାର ମ୍ୟାପିଂ କରାଯିବ। ତେ‌ବେ ଏହି ଯୋଜନା ଉପରେ କ’ଣ ପଦକ୍ଷେପ ନିଆଯାଇଛି ତାହା ସଂପର୍କରେ ସ୍ବାସ୍ଥ୍ୟ ବିଭାଗରେ କିଛି ସ୍ପଷ୍ଟ ସୂଚନା ନାହିଁ।

Life lost in a moving train: ଚଳନ୍ତା ଟ୍ରେନ୍‌ରେ ଚାଲିଗଲା ପ୍ରାଣ: ଚିରନିଦ୍ରାରେ କଥାବାଚକ ଭାଗବତାଚାର୍ଯ୍ୟ ଶ୍ରୀକୃଷ୍ଣ ଶୁଭମ୍ ମହାରାଜ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe