ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ବେଡ ଵୃଦ୍ଧି କରାଯିବ: ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ

Advertisment
ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ବେଡ ଵୃଦ୍ଧି କରାଯିବ: ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ‌ ହୋଇ ଚାଲିଥିବା ବେଳେ ଲୋକଙ୍କୁ ଆଶ୍ବାସନା ଦେଇ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ ତାଙ୍କର  ବୟାନ ଦେଇ କହିଛନ୍ତି କି, ‘ବେଡ ଵୃଦ୍ଧି କରିବା ପାଇଁ ପ୍ରସ୍ତୁତି ଚାଲିଛି । ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ବେଡ ଵୃଦ୍ଧି କରାଯିବ। ଆଇସିୟୁ ବଢାଇବା ଏତେଟା ସମ୍ଭବପର ନୁହେଁ । କାରଣ ଆଇସିୟୁ ପାଇଁ ସେଟଅପ୍ ଦରକାର । ତଥାପି ପ୍ରାୟ ୨ ଗୁଣ ଆଇସିୟୁ ବେଡ ଵୃଦ୍ଧି କରାଯିବ। ୪ଟି ଶ୍ରେୀଣୀର ବେଡର ଆବଶ୍ୟକତା ରହିଛି । ସାଧାରଣ ବେଡ, ଅକ୍ସିଜେନ ସପୋର୍ଟ ବେଡ, ଆଇସିୟୁ ବେଡ ଏବଂ ଆଇସିୟୁ ସହ ଭେଣ୍ଟିଲେଟର ଥିବା ବେଡ। ନିୟମ ଅନୁସାରେ ୧୦୦ ବେଡରେ ହାରାହାରି ୬ ପ୍ରତିଶତ ଆଇସିୟୁ ବେଡ ଦରକାର । ତେବେ ବର୍ତ୍ତମାନ ସ୍ଥିତି ଦେଖି ଅକ୍ସିଜେନ ସପୋର୍ଟ ବେଡ ଅଧିକ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା କେଵଳ ଗୁରୁତର ରୋଗୀଙ୍କୁ ଆଇସିୟୁରେ ରଖାଯିବ । ଆଇସିୟୁ ଓ ଏଚଡିୟୁ ବେଡ ସଂଖ୍ୟା ଵୃଦ୍ଧି କରାଯିବ । କିନ୍ତୁ ପର୍ଯ୍ୟାୟ କ୍ରମେ ଆବଶ୍ୟକତା ଅନୁସାରେ ବୃଦ୍ଧି କରାଯିବ । ବର୍ତ୍ତମାନ ସାଧାରଣ ବେଡରେ ୨୫ ପ୍ରତିଶତ ଓ ଆଇସିୟୁରେ ୬୦ ପ୍ରତିଶତ ବେଡରେ ରୋଗୀ ଅଛନ୍ତି । ୧୮ ପ୍ରତିଶତ ଭେଣ୍ଟିଲଟର  ବ୍ୟବହାର ହୋଇଛି । ୨୪୮ ବେଡରୁ ୪୫ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ଆଇସିୟୁ ବେଡ  ୫୪୧ ଥିବା ବେଳେ ୩୨୯ ଜଣ ରୋଗୀ ଅଛନ୍ତି । ଏହାଛଡ଼ା ଷ୍ଟାଣ୍ଡବାୟ ବେଡ ଆମ ପାଖରେ ଅଛି । ତେଣୁ କୌଣସି ଅସୁବିଧା ହେବ ନାହିଁ ।

ମାନବ ସମ୍ବଳ ମଧ୍ୟ ବୃଦ୍ଧି କରାଯାଉଛି । ବିଭିନ୍ନ ଜିଲ୍ଲା ପାଇଁ ଡାକ୍ତର ନିୟୋଜିତ କରାଯାଉଛି । ଅକ୍ସିଜେନ ଆବଶ୍ୟକତା ପାଇଁ ଗୋଟିଏ ଭର୍ଟିକାଲ ଗ୍ରୁପକୁ ଦାୟିତ୍ୱ ଦିଆଯାଇଛି । ସେମାନେ ଆକଳନ କରୁଛନ୍ତି । ଗତବର୍ଷ ପିକ୍ ସମୟରେ ଯେତିକି ଅକ୍ସିଜେନ ବ୍ୟବହାର ହେଉଥିଲା ତାହାର ୧୦ ଗୁଣ ଅଧିକ ଵୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ତାହା ପାଇଁ ପ୍ରଚେଷ୍ଟା ଚାଲିଛି ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe