ଭୁବନେଶ୍ବର : ‘କାଳିଆ’ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆପଦକାଳୀନ ପାଣ୍ଠିରୁ ୭୩୪ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି। ଏହାକୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ଆପଦକାଳୀନ ପାଣ୍ଠିର ଅର୍ଥକୁ ଜରୁରୀକାଳୀନ ସ୍ଥିତି ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବ୍ୟବହାର କରାଯାଏ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ‘କାଳିଆ’ ଯୋଜନା ପାଇଁ ସରକାର ଏହି ପାଣ୍ଠିରୁ ଅର୍ଥ ନେଇଛନ୍ତି। ସରକାରଙ୍କର ଏହି ପ୍ରସ୍ତାବକୁ ରାଜ୍ୟପାଳ ମଧ୍ୟ ଅନୁମୋଦନ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ରାଜକୋଷରୁ ଏପରି ଅର୍ଥ ଖର୍ଚ୍ଚ ଦୁର୍ଭାଗ୍ୟଜନକ। ରାଜ୍ୟରେ ବିଗତ ଦିନରେ ଦେଖାଦେଇଥିବା ବନ୍ୟା, ବାତ୍ୟା ଓ ମରୁଡ଼ିରେ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଚାଷୀ ଏ ପର୍ଯ୍ୟନ୍ତ କ୍ଷତିପୂରଣ ପାଉ ନାହାନ୍ତି। କିନ୍ତୁ ଆପଦକାଳୀନ ପାଣ୍ଠିର ଅର୍ଥକୁ କାଳିଆ ପାଇଁ ବ୍ୟବହାର କରାଯାଉଛି। କେବଳ ନିର୍ବାଚନକୁ ଆଖି ଆଗରେ ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/01/nira.jpeg)