Niranjan Patnaik will not contest elections again Photograph: (sambad.in)
ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି)ର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସୋମବାର ଘୋଷଣା କରିଛନ୍ତି।
ବୟସକୁ ମୁଖ୍ୟ କାରଣ ବୋଲି ସେ ଦର୍ଶାଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଓଡ଼ିଶା ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ, ବିଶେଷକରି କଂଗ୍ରେସ ଦଳ ପାଇଁ, ଯାହା ବର୍ଷ ବର୍ଷ ଧରି ନେତୃତ୍ୱ ଗତିଶୀଳତାରେ ପ୍ରମୁଖ ପରିବର୍ତ୍ତନ ଦେଖିଛି। ଯୁବପିଢ଼ିଙ୍କୁ ଆଗକୁ ଯିବାକୁ ରାସ୍ତା ଛାଡ଼ିବା ଜରୁରୀ ବୋଲି ସେ କହିଛନ୍ତି।
ବିଜେପିରେ ନିର୍ବାଚନ ଲଢ଼ିବା ପାଇଁ ବୟସସୀମା ରହିଛି । କିନ୍ତୁ ଆମ ଦଳରେ ନିର୍ବାଚନ ଲଢିବା ପାଇଁ ବୟସସୀମା ନାହିଁ । ପ୍ରତ୍ୟକ୍ଷ ରାଜନୀତିରୁ ଓହିରିବିନି କି ନାହିଁ ସେ କଥା ଭାବିନି ବୋଲି ସେ କହିଛନ୍ତି ।
ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ଯେ, ସେ ପଦ ଛାଡି ଯୁବ ପିଢ଼ିକୁ ଦାୟିତ୍ୱ ନେବାକୁ ଚାହାନ୍ତି।
ରାଜନୀତିରେ ନୂତନ ଚିନ୍ତାଧାରା ଏବଂ ଶକ୍ତି ଆଣିପାରୁଥିବା ଯୁବ ନେତାମାନଙ୍କୁ ସୁଯୋଗ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ, ବୋଲି ସେ କହିଛନ୍ତି।
ଦେଶକୁ ରକ୍ଷା କରିବାକୁ ହେଲେ ଯୁବପିଢ଼ିଙ୍କୁ ସୁଯୋଗ ଦେବା ଉଚିତ୍। ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ଯୁବପିଢ଼ିଙ୍କୁ ସୁଯୋଗ ଦେବା ଆବଶ୍ୟକ । ଯୁବବର୍ଗ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତି କରିବା ଆବଶ୍ୟକ ବୋଲି ବରିଷ୍ଠ କଂଗ୍ରେସ ନେତା ସୂଚନା ପ୍ରଦାନ କରିଛନ୍ତି।
ତାଙ୍କର ଏହି ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ କଂଗ୍ରେସ ଦଳ ସାମ୍ପ୍ରତିକ ନିର୍ବାଚନୀ ପ୍ରଦର୍ଶନ ପରେ ଆଭ୍ୟନ୍ତରୀଣ ପୁନର୍ଗଠନ ଏବଂ ନେତୃତ୍ୱ ପରିବର୍ତ୍ତନର ସମ୍ମୁଖୀନ ହେଉଛି।
୨ ଟି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ମୋର ଭୁଲ୍ ଥିଲା । ପିସିସି ସଭାପତି ଭାବେ ମୋର କିଛି ଦାୟିତ୍ବ ରହିଥିଲା । କେହି ସେହି ଆସନରୁ ଲଢିବା ପାଇଁ ପ୍ରସ୍ତୁତ ନଥିଲେ । ନଲଢିଲେ ୫ ପ୍ରତିଶତ ଭୋଟ କମିବ ତେଣୁ ନିର୍ବାଚନ ଲଢିବା ପାଇଁ ବାଧ୍ୟ ହୋଇଥିଲି ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: କୁଆପଥର ମାଡ଼ କ୍ଷୟକ୍ଷତି: ୨୦.୩୮ କୋଟି ଟଙ୍କାର କ୍ଷତିପୂରଣ ମଞ୍ଜୁର
ଭଣ୍ଡାରିପୋଖରୀରୁ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ସେ ପ୍ରଶ୍ନରେ ଏହି ନିର୍ବାଚନମଣ୍ଡଳୀ ପାଇଁ ତାଙ୍କ ପସନ୍ଦର ପ୍ରାର୍ଥୀଙ୍କ ବିଷୟରେ ପଚରାଯିବାରୁ, ସେ ଉତ୍ତର ଦେଇଛନ୍ତି, ଯଦି ଦଳ ମୋର ମତାମତ ମାଗିବ, ତେବେ ମୁଁ ମୋର ମତାମତ ଦେବି।
ଅଧିକ ପଢ଼ନ୍ତୁ: ଜଷ୍ଟିସ ଯଶୱନ୍ତ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ପଠାଇବାକୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ୍
Niranjan Patnaik
Follow Us