ନିରଞ୍ଜନ ପଟ୍ଟନାୟକଙ୍କ ରାଇରଙ୍ଗପୁର ଗସ୍ତ: କଂଗ୍ରେସ ନେତା, କର୍ମୀଙ୍କ ସହ ଆଲୋଚନା

‘ରାଇରଙ୍ଗପୁର ହାଇସ୍କୁଲରେ ମୋର ବହୁ ସ୍ମୃତି ରହିଛି। ରାଇରଙ୍ଗପୁର ପ୍ରତି ମୋର ଅହେତୁକ ଦୁର୍ବଳତା ମଧ୍ୟ ରହିଛି। ରାଇରଙ୍ଗପୁର ହାଇସ୍କୁଲ ମୋ ମାଆ ସଦୃଶ।’ ଆଜି ରାଇରଙ୍ଗପୁର ସରକାରୀ ଉଚ୍ଚବିଦ୍ୟାଳୟରେ ଆୟୋଜିତ....

fhhsfhfsbxvbxv

ରାଇରଙ୍ଗପୁର:‘ରାଇରଙ୍ଗପୁର ହାଇସ୍କୁଲରେ ମୋର ବହୁ ସ୍ମୃତି ରହିଛି। ରାଇରଙ୍ଗପୁର ପ୍ରତି ମୋର ଅହେତୁକ ଦୁର୍ବଳତା ମଧ୍ୟ ରହିଛି। ରାଇରଙ୍ଗପୁର ହାଇସ୍କୁଲ ମୋ ମାଆ ସଦୃଶ।’ ଆଜି ରାଇରଙ୍ଗପୁର ସରକାରୀ ଉଚ୍ଚବିଦ୍ୟାଳୟରେ ଆୟୋଜିତ ପୁରାତନ ଛାତ୍ରସଂସଦ ବୈଠକରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

ପୁରାତନ ଛାତ୍ରସଂସଦ କାର୍ଯ୍ୟକ୍ରମ‌ରେ ଯୋଗଦେଲେ
କଂଗ୍ରେସ ନେତା, କର୍ମୀଙ୍କ ସହ ଆଲୋଚନା
ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ବୁଲି ଦେଖିଲେ

ପୂର୍ବତନ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଦ୍ୟାଳୟରେ ପହଞ୍ଚିବା ପରେ ପୁରାତନ ଛାତ୍ର ସଂଘ ପକ୍ଷରୁ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରାଯାଇଥିଲା। ପୁରାତନ ଛାତ୍ର ସଂଘ ସଭାପତି ଡାକ୍ତର ସ୍ବୟଂମ୍ବର ସିଂହ, କୋଷାଧକ୍ଷ ପ୍ରଦୀପ୍ତ କୁମାର ମହାନ୍ତିଙ୍କ ସମେତ ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ସେ ବିଭିନ୍ନ ପ୍ରସଙ୍ଗରେ ପୁରାତନ ଛାତ୍ର, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ସେ ମନ୍ତ୍ରୀ ଥିବାବେଳେ ରାଇରଙ୍ଗପୁର ଅଞ୍ଚଳ ପାଇଁ ନିଆଯାଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ପରେ ଶ୍ରୀ ପଟ୍ଟନାୟକ ରାଇରଙ୍ଗପୁର ଅଞ୍ଚଳର ପୂର୍ବତନ ବିଧାୟକ ଶ୍ୟାମଚରଣ ହାଁସଦା, ଲକ୍ଷ୍ମଣ ମାଝୀଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ। 

ଶେଷରେ, ରାଇରଙ୍ଗପୁର ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ପହଞ୍ଚି ସେଠାରେ ନୂତନ ଭାବେ ନିର୍ମିତ କୋଠା କାର୍ଯ୍ୟ ଦେଖିବା ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ରାଇରଙ୍ଗପୁରଠାରେ ଓଡ଼ିଶାର ପ୍ରଥମ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଥିବାରୁ ସେ ଗର୍ବିତ ବୋଲି କହିଥିଲେ। ପରେ ସେଠାରୁ ସେ ଝାଡ଼ଖଣ୍ତ ରାଜ୍ୟ ଟାଟାନଗର ଗସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe