କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ

Advertisment

ଗୋଷ୍ଠୀ ସଂକ୍ରମଣ ନେଇ ଆଶଙ୍କା!

ଗୋଷ୍ଠୀ ସଂକ୍ରମଣ ନେଇ ଆଶଙ୍କା!

ଯୁବପିଢ଼ି ସ୍ବାଧୀନତାର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖନ୍ତୁ

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ସାଂଘାତିକ ସ୍ଥିତିକୁ ଗଲାଣି କରୋନା ସଂକ୍ରମଣ। ଏହାର ମୁକାବିଲା କରିବାକୁ ତୁରନ୍ତ ପଦକ୍ଷେପ ନିଆ ନଗଲେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଯିବାର ଯଥେଷ୍ଟ ଆଶଙ୍କା ଅଛି। ଏ ନେଇ ଆଜି ଉଦବେଗ ପ୍ରକାଶ କରି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କେତୋଟି ପରାମର୍ଶ ଦେଇଛନ୍ତି।

ଚିଠିରେ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି, କରୋନା ସଂକ୍ରମଣ ମୁକାବିଲାରେ ଦଳମତ ନିର୍ବିଶେଷରେ ଆମେ ସମସ୍ତେ ରାଜ୍ୟ ସରକାରଙ୍କୁ ସହଯୋଗ କରିଆସିଛୁ। ରାଜ୍ୟରେ ପ୍ରତିଦିନ ଟେଷ୍ଟିଂର ସଂଖ୍ୟା ଅନ୍ୟୂନ ୨୫ ହଜାର କରାଯାଉ। କଣ୍ଟାକ୍ଟ୍‌ ଟ୍ରେସିଂ ଜୋରଦାର କରିବା ସହ ଅଧିକ ନମୁନା ପରୀକ୍ଷା କରାଯାଉ। ଏକାଧିକ ସଂକ୍ରମଣ ଦେଖାଦେଇଥିବା ଅଞ୍ଚଳରେ ସ୍ବତନ୍ତ୍ର ଭାବେ ଅଧିକ ସଂକ୍ରମିତ ଅଞ୍ଚଳକୁ ଚିହ୍ନଟ କରି ସେଠାରେ ରହୁଥିବା ଶତ ପ୍ରତିଶତ ବ୍ୟକ୍ତିଙ୍କ କୋଭିଡ୍‌ ଟେଷ୍ଟ୍‌ କରାଯାଉ। ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଥିବା ବ୍ୟକ୍ତି କିମ୍ବା ଆକ୍ରାନ୍ତ ସୁସ୍ଥ ହେବା ପରେ କୋଭିଡ୍ ହସ୍ପିଟାଲ ଛାଡିବା ପୂର୍ବରୁ ଟେଷ୍ଟ୍‌କୁ ବାଧ୍ୟତାମୂଳକ କରାଯାଉ। ସ୍ୱାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ରାଜ୍ୟସାରା ଗୃହ ସର୍ବେକ୍ଷଣ କରାଯାଇ ପ୍ରତି ଘରେ ବା ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ଥିବା ଆକ୍ରାନ୍ତ ଓ ରୋଗର ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉ। ରାଜ୍ୟର କୋଭିଡ୍ ହସ୍ପିଟାଲ ସଂଖ୍ୟା ବଢାଯାଇ ମେଡିକାଲ ଯନ୍ତ୍ରପାତି ସମେତ ଆବଶ୍ୟକ ଔଷଧ ଯଥେଷ୍ଟ ସଂଖ୍ୟାରେ ମହଜୁଦ ରଖିବାକୁ ପିସିସି ସଭାପତି ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି, କରୋନା ଯୋଦ୍ଧାମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା କିଟ୍ ଯୋଗାଇ ଦିଆଯାଉ। ଜଣେ ବ୍ୟକ୍ତି ଯିଏ ସରକାରୀ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଚାହୁଁନାହିଁ, ସେଥିପାଇଁ ବି ବ୍ୟବସ୍ଥା ରହିବା ଆବଶ୍ୟକ। ଅନ୍ୟ ରାଜ୍ୟରେ ଥିବା ଘରୋଇ ହସ୍ପିଟାଲମାନଙ୍କରେ ସଂକ୍ରମିତ ରୋଗୀମାନଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଯେପରି କରାଯାଇଛି, ସେପରି ଏ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ପ୍ରତି ବେସରକାରୀ ଓ କର୍ପୋରେଟ୍ ଡାକ୍ତରଖାନାମାନଙ୍କରେ ୨୦ ପ୍ରତିଶତ ବେଡ୍‌ ରହିବା ସହ ଭଲ ପରିବେଶରେ ଚିକିତ୍ସିତ ହେବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ବ୍ୟବସ୍ଥା କରାଯାଉ। ଏସବୁ ମେଡିକାଲରେ ଚିକିତ୍ସାର ଗୁଣାତ୍ମକ ଦିଗଟି ସରକାର ଯାଞ୍ଚ କରିବା ଦରକାର। ଏହି ଭୟଙ୍କର ସଂକ୍ରମଣରୁ ରାଜ୍ୟକୁ ରକ୍ଷାକରିବା ପାଇଁ କେବଳ ମୁଷ୍ଟିମେୟ ପ୍ରଶାସନିକ ଅଧିକାରୀଙ୍କ ହାତରେ ନ ଛାଡ଼ି ସରକାର ଖୋଲା ହୃଦୟରେ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ ପିସିସି ସଭାପତି ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe