ପୁରୀ: ଆମାଜନ୍ର ନିର୍ମାଲ୍ୟ ବିକ୍ରିକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଏଭଳି କାର୍ଯ୍ୟ ହେଉଥିବା ଏବଂ ଏହା ଦ୍ବାରା ନିର୍ମାଲ୍ୟର ଅପମାନ ହେଉଥିବା ଦର୍ଶାଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆମାଜନ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ସେ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଆମାଜନ୍ରେ ‘ନିର୍ମାଲ୍ୟ’ ବିକ୍ରିକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଗତକାଲି ଏହି ଘଟଣାରେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସିଂହଦ୍ବାର ଥାନାରେ ଏତଲା ଦେଇଥିଲା।
The Advocateଆମାଜନ୍ର ଏହି କାର୍ଯ୍ୟ ମହାପ୍ରସାଦ ପ୍ରତି ଅପମାନସୂଚକ ହୋଇଥିବାବେଳେ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ନିଯୋଗ। ସେ ପଟେ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ଆମାଜନ୍ର ନିର୍ମାଲ୍ୟ ବିକ୍ରିର ପ୍ରତିବାଦ କରିଛି। ସଂଘର ଆବାହକ ଅନିଲ୍ କୁମାର ସାହୁ ଆଜି ଆମାଜନ୍ର ସିଇଓ ଅମିତ ଅଗ୍ରୱାଲ୍ଙ୍କୁ ଓକିଲ ନୋଟିସ୍ (ଚିଠି ନଂ-୫/୨୦୨୦) ପଠାଇଛନ୍ତି। ୨୦ ଦିନ ଭିତରେ ଏହାର ଜବାବ ନ ରଖିଲେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ନୋଟିସ୍ ଯୋଗେ ଜଣାଇଛନ୍ତି।
Follow Us