‘ନିର୍ମାଲ୍ୟ’ ବିକ୍ରି ପ୍ରସଙ୍ଗ: ଆମାଜନ୍‌କୁ ଲିଗାଲ୍‌ ନୋଟିସ୍‌

Advertisment
ଆମାଜନ ୨୦,୦୦୦ କର୍ମଚାରୀ ଛଟେଇ କରିବ

The Advocate

ପୁରୀ : ଆମାଜନ୍‌ରେ ‘ନିର୍ମାଲ୍ୟ’ ବିକ୍ରିକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଆଜି ଏହି ଘଟଣାରେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସିଂହଦ୍ବାର ଥାନାରେ ଏତଲା ଦେଇଛି।

ଆମାଜନ୍‌ର ଏହି କାର୍ଯ୍ୟ ମହାପ୍ରସାଦ ପ୍ରତି ଅପମାନସୂଚକ ହୋଇଥିବାବେଳେ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ନିଯୋଗ। ସେ ପଟେ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ଆମାଜନ୍‌ର ନିର୍ମାଲ୍ୟ ବିକ୍ରିର ପ୍ରତିବାଦ କରିଛି। ସଂଘର ଆବାହକ ଅନିଲ୍‌ କୁମାର ସାହୁ ଆଜି ଆମାଜନ୍‌ର ସିଇଓ ଅମିତ ଅଗ୍ରୱାଲ୍‌ଙ୍କୁ ଓକିଲ ନୋଟିସ୍‌ (ଚିଠି ନଂ-୫/୨୦୨୦) ପଠାଇଛନ୍ତି। ୨୦ ଦିନ ଭିତରେ ଏହାର ଜବାବ ନ ରଖିଲେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ନୋଟିସ୍‌ ଯୋଗେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe