ଆଗକୁ ଓଡ଼ିଶାରେ ବି ବଢ଼ିପାରେ କୋଭିଡ୍‌ ପଜିଟିଭ୍‌ଙ୍କ ସଂଖ୍ୟା: ନିରୋଜ ମିଶ୍ର

Advertisment
ଆଗକୁ ଓଡ଼ିଶାରେ ବି ବଢ଼ିପାରେ କୋଭିଡ୍‌ ପଜିଟିଭ୍‌ଙ୍କ ସଂଖ୍ୟା: ନିରୋଜ ମିଶ୍ର

ଭୁବନେଶ୍ବର: ଦିନକୁ ଦିନ ଦେଶରେ କୋଭିଡ଼ ପଜିଟିଭ ହାର ବଢ଼ି ବଢ଼ି ଚାଲିଛି। ତେବେ ଏ ନେଇ ବିଶେଷଜ୍ଞ ଲୋକମାନଙ୍କୁ ଭୟଭୀତ ନହୋଇ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। କରୋନା ମହାମାରୀ ସହ ମୁକାବିଲା କରିବାକୁ ବିଶେଷଜ୍ଞ ଲୋକଙ୍କୁ ବୁଷ୍ଟର୍‌ ଡୋଜ୍‌ ନେବାକୁ ପରାମର୍ଶ ଦେଇଛନ୍ତି। କୋଭିଡ୍‌ ‌ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଚିନ୍ତା ପ୍ରକଟ କରିଛନ୍ତି ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର। ସେ କହିଛନ୍ତି, ‘ଆଗକୁ ଓଡ଼ିଶାରେ ବି ବଢ଼ିପାରେ କୋଭିଡ୍‌ ପଜିଟିଭ୍‌ଙ୍କ ସଂଖ୍ୟା।’

ଉଲ୍ଲେଖଯୋଗ୍ୟ, ଗତକାଲି ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ମାତ୍ର ୮ଟି ଜିଲ୍ଲାରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୨୨ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ। ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe