ନିର୍‌ତାର୍‌ରେ ଏମ୍‌ପିଟି ଓ ଏମ୍‌ଓଟି ପାଠ୍ୟକ୍ରମ ଚାଲୁ ରହିବ

Advertisment
ଓଲଟପୁର ନିର୍‌ତାରରେ ଶଯ୍ୟା ସଂଖ୍ୟା ବଢ଼ିବ; ୨୫ରେ ଉଦ୍‌ଘାଟନ, ୩ କେନ୍ଦ୍ରମନ୍ତ୍ରୀ ଯୋଗଦେବେ

jobsindiagovt.com

ଭୁବନେଶ୍ୱର : ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିର୍‌ତାର)ରେ ପଢ଼ା ହେଉଥିବା ସ୍ନାତକୋତ୍ତର ପାଠ୍ୟକ୍ରମ ଏମ୍‌ପିଟି ଓ ଏମ୍‌ଓଟିରେ ଚଳିତବର୍ଷ ନାମ ଲେଖା ହେବ। ବର୍ତ୍ତମାନ ଥିବା ଅଧ୍ୟାପକମାନଙ୍କୁ ନେଇ ପୂର୍ବପରି ଚାଲୁରହିବ। ଆବଶ୍ୟକ ପଡ଼ିଲେ ଅତିଥି ବା ଚୁକ୍ତିବଦ୍ଧ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହାପରେ ସ୍ପଷ୍ଟ ହୋଇଯାଇଛି ଯେ ଚଳିତବର୍ଷ ନିରତାର୍‌ରେ ସ୍ନାତକୋତ୍ତର ପାଠ୍ୟକ୍ରମ ବନ୍ଦ ହେବନି।

ନିର୍‌ତାରରେ ଗତ ଏକ ଦଶନ୍ଧି ଧରି ପ୍ରଚଳିତ ଥିବା ତିନିଟି ସ୍ନାତକୋତ୍ତର ପାଠ୍ୟକ୍ରମ ବନ୍ଦ କରିବାକୁ ଅନୁଷ୍ଠାନର ନିର୍ଦ୍ଦେଶକ ଉତ୍କଳ ବିଶ୍ବବିଦ୍ୟାଳୟ କୁଳାଧିପତି, କୁଳପତି, ପରୀକ୍ଷା ନିୟନ୍ତ୍ରକ, ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ, ସଚିବଙ୍କୁ ପତ୍ର ଲେଖିଥିଲେ। ଏହା ନିଷ୍ଫଳ ହେବାରୁ ନିର୍ଦ୍ଦେଶକ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ଚିଠି ଲେଖିଥି‌ଲେ। କିନ୍ତୁ ଏହି ପାଠ୍ୟକ୍ରମକୁ ବନ୍ଦ ନ କରିବାକୁ କଳିଙ୍ଗ ବିଚାର ମଞ୍ଚର ସଭାପତି ଦୀପକ କୁମାର ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ। ଏହାସହ ନୀଳଚକ୍ର, ରାଷ୍ଟ୍ରୀୟ ଛାତ୍ର ପରିଷଦ ପକ୍ଷରୁ ଜୋରଦାର୍‌ ବିରୋଧ କରାଯାଇଥିଲା। ଏହାପରେ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ନାତକୋତ୍ତର ପାଠ୍ୟକ୍ରମରେ ପଢ଼ା ହେବ ବୋଲି ଜୁଲାଇ ୧୦ରେ ବିଜ୍ଞପ୍ତି ଜାରି କରିଛନ୍ତି। ଏହାସହ ଯେଉଁ ଛାତ୍ରଛାତ୍ରୀ ଜାନୁଆରି, ୨୦୨୦ରେ ଶେଷ ସେମିଷ୍ଟର୍‌ ପରୀକ୍ଷା‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ ଅନଲାଇନ୍‌ରେ ଇଣ୍ଟର୍ଣ୍ଣସିପ୍ କରିପାରି‌ବେ ବୋଲି କୁହାଯାଉଛି। ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିବା ପରେ କଳିଙ୍ଗ ବିଚାର ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe