ବଲାଙ୍ଗୀର: ସର୍ବସମ୍ମୁଖରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ପରେ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କୁ ଗିରଫ କରିବା ପାଇଁ ବଲାଙ୍ଗୀର ପୁଲିସର ଏକ ଟିମ୍ ଭୁବନେଶ୍ବର ଯାଇ ଖୋଜିବା ଆରମ୍ଭ କରିଛି। ଅନ୍ୟପକ୍ଷରେ ପୁଲିସ ଦୁଇ ଜଣ ଯାତ୍ରା ଆୟୋଜକଙ୍କୁ ମଧ୍ୟ ଗିରଫ କରିଛି। ଗତ ୧୨ ତାରିଖରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ଅପେରା ଦୁର୍ଗାମନ୍ଦିର ପଡ଼ିଥିଲା। ଏଥିରେ ନିଶା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏ ସଂପର୍କରେ ଚନ୍ଦନଭାଟି ଫାଣ୍ଡି ଏଏସ୍ଆଇ ରଞ୍ଜିତ ପ୍ରଧାନ ବଲାଙ୍ଗୀର ସଦର ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଦୁଇ ଯାତ୍ରା ଆୟୋଜକ ସୁରେନ୍ଦ୍ର ନାଗ ଓ ରାଧେଶ୍ୟାମ ମେହେରଙ୍କୁ ଗିରଫ କରିଛି। ନିଶାଙ୍କୁ ଗିରଫ କରିବା ପାଇଁ ବଲାଙ୍ଗୀର ପୁଲିସର ଏକ ଟିମ୍ ଭୁବନେଶ୍ବର ପହଞ୍ଚିସାରିଛି।
Odia Student: ଜମ୍ମୁ କଶ୍ମୀରରେ ଗୋତି ଖଟୁଛନ୍ତି ନିଖୋଜ ଛାତ୍ର; ଉଦ୍ଧାର ପାଇ ଡିଆଇଜିକୁ ଚିଠି ଲେଖିଲେ ବିଧାୟକ
ଭୁବନେଶ୍ବରରେ ବଲାଙ୍ଗୀର ପୁଲିସ ଟିମ୍
ଚନ୍ଦନଭାଟି ଗାଁରେ ଅଶ୍ଳୀଳ ନୃତ୍ୟ କରିଥିଲେ
ଦୁଇ ଆୟୋଜକଙ୍କୁ ବାନ୍ଧିଲା ପୁଲିସ
/filters:format(webp)/sambad/media/media_files/2026/01/16/sfhfhssfhhsf-2026-01-16-02-36-27.jpg)
ଟିମ୍ରେ ମହିଳା ପୁଲିସ ମଧ୍ୟ ସାମିଲ ଅଛନ୍ତି। ନିଶାଙ୍କ ବିରୋଧରେ ୫ଟି ଦଫାରେ ମାମଲା ରୁଜୁ ହୋଇଛି। ନିଶାଙ୍କୁ ଅଶ୍ଳୀଳ ନୃତ୍ୟ କରିବାକୁ ଆୟୋଜକମାନେ ଜାଣିଶୁଣି ଅନୁମତି ଦେଇଥିଲେ। ଯାତ୍ରାରେ ଭିଡ଼ ବଢ଼ାଇ ଅଧିକ ଟିକଟ୍ ବିକ୍ରି ସକାଶେ ଆୟୋଜକମାନେ ଏଭଳି ବେଆଇନ କାମ ହାତକୁ ନେଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ନିକଟରେ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ନିଶା ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାରୁ ସେଠାକାର ପ୍ରଶାସନିକ ଅଧିକାରୀ ଓ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା। ଏବେ ସମାନ ଅଭିଯୋଗରେ ଓଡ଼ିଶାରେ ନିଶାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କ ଗିରଫଦାରୀ ନିଶ୍ଚିତ ବୋଲି କୁହାଯାଉଛି।
Naxal: ନକ୍ସଲ ସଫା ନେଇ କାଉଣ୍ଟଡାଉନ ଆରମ୍ଭ; ଯବାନଙ୍କ ଟାର୍ଗେଟରେ ମାଓ ନେତା ପାପା ରାଓ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/21/nisha-moharana-2025-10-21-14-52-23.jpg)