ଗୋଟିଏ ମିନିଟରେ ୨୪୦ ଶବ୍ଦର ଲେଖା ପଢୁଛନ୍ତି ନିଶାନ

Advertisment
ଗୋଟିଏ ମିନିଟରେ ୨୪୦ ଶବ୍ଦର ଲେଖା ପଢୁଛନ୍ତି ନିଶାନ

ସେମିଳିଗୁଡା: ବୟସ ମାତ୍ର ୪ ବର୍ଷ। କିନ୍ତୁ ଦିମାଗରେ ସେ ୪୦ ବର୍ଷୀୟଙ୍କୁ ବି ଟପିଯିବେ। ଖାସ ଏହି ଗୁଣ ପାଇଁ ଲୁକ୍କାୟିତ ଓ ଅନନ୍ୟ ପ୍ରତିଭାକୁ ଅନ୍ବେଷଣ କରିବା ସହ ଲୋକଲୋଚନକୁ  ଆଣି ସାରା ଦେଶରେ ପ୍ରସିଦ୍ଧି ଲାଭ କରିଥିବା ହିଷ୍ଟ୍ରି ଟିଭି ଦ୍ୱାରା ସେ ପାଇଛନ୍ତି ଓ ମାଇ ଗଡ଼ ଆୱାର୍ଡ। ସେ ହେଉଛନ୍ତି ସୁନାବେଡା ଆଇ ବି ଜୋନରେ ରହୁଥିବା ୪ ବର୍ଷ ବୟସର ବାଳକ ନିଶାନ ନାୟକ। ସୁନାବେଡା ହାଲରେ କାର୍ଯ୍ୟରତ ରାକେଶ କୁମାର ନାୟକ ଓ ସୂର୍ଯ୍ୟାସ୍ନାତା ନାୟକଙ୍କ ସୁପୁତ୍ର ନିଶାନ ଅବିଶ୍ୱାସନୀୟ ସ୍ମରଣ ଶକ୍ତିର ଅଧିକାରୀ ଅଟନ୍ତି। ବିନା କୌଣସି ଶିକ୍ଷାରେ ନିଶାନ ସମସ୍ତ ପ୍ରକାର ଇଂରାଜୀ ବହି ଅନାସୟରେ ପଢିବା ସହ ଇଂରାଜୀ ଭାଷାରେ ଅନର୍ଗଳ ଭାଷଣ ଦେବା ସହ ଜଟିଳ ଇଂରାଜୀ ଶବ୍ଦକୁ ଲେଖି ମଧ୍ୟ ପାରୁଛନ୍ତି। ଏହା ସହିତ ମାତ୍ର ୨୭ ସେକେଣ୍ଡ ମଧ୍ୟରେ ସେ ୭ଟି ମହାଦେଶ ନା ସମେତ ଭାରତର ସମସ୍ତ ରାଜ୍ୟ ଓ ରାଜଧାନୀର ନାମ କହିପାରୁ ଥିବା ସହ ୨୪୦ ଶବ୍ଦ ବିଶିଷ୍ଟ ଗପକୁ ମାତ୍ର ଗୋଟିଏ ମିନିଟରେ ପଢି ପାରୁଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହଉଛି ନିଶାନ ଗ୍ରିକ, ରସିଆନ ଏବଂ ଇଜିପ୍ଟରେ ପ୍ରଚଳିତ କପଟିକ ଆଲଫବେଟରେ ଲେଖିବା ସହ ପଢି ବି ପାରୁଛନ୍ତି। ଅବିଶ୍ଵନୀୟ ପ୍ରତିଭାର ଅଧିକାରୀ ନିଶାନକୁ ହିଷ୍ଟ୍ରି ଟିଭି ବିସ୍ମୟ ବାଳକ ରୂପେ ଅବିହିତ କରିବା ସହ ଓ ଏମ ଜି ଆୱାର୍ଡ ଦେଇ ସନ୍ନମାନିତ କରିବା ସହ ତାଙ୍କୁ ନେଇ ଏକ ସୋ ରେକର୍ଡିଙ୍ଗ କରାଯାଇଛି, ଯାହାକି ଆଗାମୀ ଦିନରେ ଓଏମଜି ଏପିସୋଡ଼ରେ ପ୍ରସାରିତ ହେବ। ଏହା ବାଦ ନିଶାନ ଇଣ୍ଡିଆ ବୁକ୍‌ସ ଅଫ ରେକର୍ଡ ଓ ୱାର୍ଲଡ ବୁକ୍‌ସ ଅଫ ରେକର୍ଡ ପାଇଁ ମଧ୍ୟ ମନୋନୀତ ହୋଇଥିବା ଜଣାପଡିଛି। କୁନି ବାଳକ ନିଶାନଙ୍କ ଏ ପ୍ରକାର କୃତିତ୍ୱରେ ସମଗ୍ର ସୁନାବେଡା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe