ନିଶ୍ଚିନ୍ତକୋଇଲି ନାବାଳିକା ଦୁଷ୍କର୍ମ ମାମଲା : ଦୋଷୀକୁ ୨୦ ବର୍ଷ ଜେଲ୍

Advertisment

ପୀଡ଼ିତାଙ୍କୁ ଦେଢ଼ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

ପୀଡ଼ିତାଙ୍କୁ ଦେଢ଼ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

ଜବତ ଗାଡ଼ିକୁ ଥାନାରୁ ବାହାର କରିବା ଉଦ୍ୟମ : ଅଦାଲତଙ୍କ ନକଲି ଆଦେଶ ତିଆରି କରି ଜେଲ୍ ଗଲେ ଓକିଲ

banglanews24.com

କଟକ : ନିଶ୍ଚିନ୍ତକୋଇଲି ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହିତ ପୀଡ଼ିତାଙ୍କୁ ଦେଢ଼ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏଥିସହିତ ନାବାଳିକା ପୀଡ଼ିତାଙ୍କୁ ସିଆର୍‌ପିସିର ଧାରା ୩୫୭-କ ଅନୁସାରେ ଦେଢ଼ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଜଘନ୍ୟ କାଣ୍ଡର ଶୁଣାଣି କରି କଟକ ଅତିରିକ୍ତ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ବନ୍ଦନା କର ଏହି ରାୟ ଦେଇଛନ୍ତି।

୨୦୧୪ ମସିହା ଏପ୍ରିଲ ୨୧ ତାରିଖରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଘଟିଥିବା ଏହି ଦୁଷ୍କର୍ମ ଘଟଣା ଘଟିଥିଲା। ୧୩ ବର୍ଷର ନାବାଳିକା ରାମନବମୀ ଯାତ୍ରା ଦେଖିବାକୁ ମାଉସୀ ଘରକୁ ଯାଇଥିବା ବେଳେ ଅଭିଯୁକ୍ତ ରାଣୀପଡ଼ାର କରୁଣାକର କାଣ୍ଡି (୪୦) ତାଙ୍କୁ ଘରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା। ଏହି ସମୟରେ ନାବାଳିକାଙ୍କ ମଉସା,ମାଉସୀ ଘରେ ନଥିଲେ। ଅଭିଯୁକ୍ତ ଦୁଷ୍କର୍ମ କରିବା ସମୟରେ ନାବାଳିକାଙ୍କ ଗୋଡ଼ହାତ ବି ବାନ୍ଧି ଦେଇଥି‌ଲା। ପୀଡ଼ତା ମା’ଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୁଲିସ ଅଦାଲତରେ ଆଇପିସିର ଦଫା ଦଫା ୩୭୬(୨)(ଆଇ), ୪୫୨, ୫୦୬ ଓ ପୋକ୍‌ସୋ ଆଇନର ଧାରା ୪ରେ ଚାର୍ଜସିଟ ଦାଖଲ କରିଥିଲା। ଆଜି ଏହି ମାମଲାର ଶୁଣାଣି କରି ପୋକେ୍‌ସୋ ଅଦାଲତ ବିଚାରପତି ଅଭିଯୁକ୍ତ କରୁଣାକରକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୧ ହଜାର ଟଙ୍କା ‌ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ଟଙ୍କ‌ା ନ ଦେଲେ କରୁଣାକରକୁ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe