ଏନ୍‌ଆଇଟି ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ

ଏନ୍‌ଆଇଟି ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ

ରାଉରକେଲା : ରାଉରକେଲାସ୍ଥ ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍‌ଆଇଟି)ର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ଭୁବନେଶ୍ବରର ସୟେଦ ମୁନିବ ଅହମ୍ମଦ (୨୧)। ସେ ଏନ୍‌ଆଇଟିର ଏମ୍‌ଏସ୍‌ସି (ମ୍ୟାଥ୍‌ମେଟିକ୍ସ)ର ଦ୍ବିତୀୟ ବର୍ଷର ଛାତ୍ର ଥିଲେ। ସେକ୍ଟର-୩ ପୁଲିସ ମୁନିବ ଅହମ୍ମଦଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌ ରଖିଛି। ଆସନ୍ତାକାଲି ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ କହିଛି। ମୁନିବ୍‌ ଅହମ୍ମଦଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲାବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ମୁନିବ୍‌ ଅହମ୍ମଦଙ୍କ ମୃତ୍ୟୁକୁ ନେଇ ଏନ୍ଆଇଟିରେ ଶୋକର ଛାୟା ଖେଳିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ମୁନିବ ଅହମ୍ମଦ ଏମ୍‌ଏସ୍‌ ସ୍ବାମୀନାଥ ହଲ୍‌ରେ ସହପାଠୀଙ୍କ ସହ ରହୁଥିଲେ। ଆଜି ସକାଳ ପ୍ରାୟ ୬ଟାରେ ମୁନିବ ହଷ୍ଟେଲ ବାରଣ୍ଡାରେ ଅଚେତ ଅବସ୍ଥାରେ ପଡିଥିବା କିଛି ଛାତ୍ର ଦେଖିବାକୁ ପାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଜଗଦାସ୍ଥିତ ସିଡବ୍ଲ୍ୟୁଏସ୍‌ ହସ୍ପିଟାଲ ଭର୍ତ୍ତି କରା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଏନ୍ଆଇଟିର କୁଳସଚିବ ଓ ଅନ୍ୟ ଛାତ୍ରଛାତ୍ରୀ ସିଡବ୍ଲ୍ୟୁଏସ୍‌ ହସ୍ପିଟାଲରେ ପହଞ୍ଚିଥିଲେ। ପରେ ଏନ୍‌ଆଇଟି କର୍ତ୍ତୃପକ୍ଷ ମୁନିବଙ୍କ ମୃତ୍ୟୁ ବିଷୟରେ ତାଙ୍କ ପରିବାର ଓ ସେକ୍ଟର-୩ ଥାନାକୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe