ସମ୍ବଲପୁର/ଦେବଗଡ଼: ଦୀର୍ଘଦିନର ନିରବତା ପରେ ଆଜି ମୁହଁ ଖୋଲିଛନ୍ତି ସାଂସଦ ନିତେଶ ଗଙ୍ଗଦେବ। ‘ମୁଁ ବିଜେପିରେ ଅଛି ଓ ଇସ୍ତଫା ଦେଇନାହିଁ। ମୁଁ ଫେସ୍ବୁକ୍ ବ୍ୟବହାର କରେନାହିଁ, ମୁଁ କେବଳ ହ୍ବାଟସ୍ ଆପ୍ ବ୍ୟବହାର କରେ,’ ବୋଲି କହିଛନ୍ତି। ତାଙ୍କ ଇସ୍ତଫା ସମ୍ପର୍କରେ ଏକ ଫେସ୍ବୁକ୍ ପୋଷ୍ଟ୍ ଉପରେ ସେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି। ଆଜି ସନ୍ଧ୍ୟାରେ ଫେସ୍ବୁକ୍ରେ ଏକ ପୋଷ୍ଟ୍ ସାମ୍ନାକୁ ଆସିଥିଲା। ଏଥିରେ ଉଲ୍ଲେଖ ରହିଥିଲା, ‘ମୋର ଅସୁସ୍ଥତା କାରଣରୁ ମୁଁ କିଛିଦିନ ପାଇଁ ରାଜନୈତିକ କାର୍ଯ୍ୟକଳାପରୁ ବିରତି ନେଇ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ଆପଣ ଆମର ବାମଣ୍ଡା ରାଜପରିବାରର ରାଣୀ ଓ ମୋର ଧର୍ମପତ୍ନୀ ଶ୍ରୀମତୀ ଅରୁନ୍ଧତୀ କୁମାରୀ ଦେବୀଙ୍କୁ ସହଯୋଗ ଓ ଆର୍ଶୀବାଦ ଦେବେ ବୋଲି ମୋର ଆଶା ଓ କାମନା କରୁଛି।’
ନିତେଶଙ୍କ ନାମରେ ଥିବା ଫେସ୍ବୁକ୍ ଆକାଉଣ୍ଟରେ ଏହା ପୋଷ୍ଟ ହୋଇଥିବା ବେଳେ ନିତେଶଙ୍କ ପୁଅ ନମନ ଗଙ୍ଗଦେବ ଓ ଧର୍ମପତ୍ନୀ ଅରୁନ୍ଧତୀ କୁମାରୀ ଦେବୀଙ୍କ ସହିତ ଟ୍ୟାଗ୍ କରାଯାଇଛି। ଏହି ପୋଷ୍ଟରେ ବିଜେପି କଥା ଉଲ୍ଲେଖ ହୋଇନଥିଲେ ବି ‘ପ୍ରାଥମିକ ସଦସ୍ୟତା’ ଲେଖାଥିବାରୁ ଲୋକେ ବିଜେପିରୁ ନିତେଶ ଗଂଦେବ ଇସ୍ତଫା ଦେଉଥିବା ପ୍ରଚାର ହୋଇଯାଇଥିଲା। ଏ ସଂକ୍ରାନ୍ତରେ ନିତେଶଙ୍କୁ ପଚାରିବାରୁ ସେ କହିଛନ୍ତି, ‘ମୁଁ ଫେସ୍ବୁକ୍ ବ୍ୟବହାର କରେନାହିଁ, ମୁଁ କେବଳ ହ୍ବାଟସ୍ ଆପ୍ ବ୍ୟବହାର କରେ।’ ଯାହା ଜଣାପଡ଼ିଛି ନିତେଶଙ୍କ ଜାଗାରେ ଅନ୍ୟ କେହି ଏହା ପରିଚାଳନା କରୁଛି। କିଏ ଏଭଳି ପୋଷ୍ଟକରି ଲୋକଙ୍କୁ ଭ୍ରମିତ କରୁଛି, ତାର ମୁଖା ଖୋଲିବାର ଆବଶ୍ୟକତା ରହିଥିବା ସାଧାରଣରେ ମତ ପ୍ରକାଶ ପାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us