ନୀତି ଆୟୋଗରେ ଉଠିଲା ‘୫-ଟି’ ପ୍ରସଙ୍ଗ, ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା

Advertisment
ନୀତି ଆୟୋଗରେ ଉଠିଲା ‘୫-ଟି’ ପ୍ରସଙ୍ଗ, ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା

Niti Ayog

ନୂଆଦିଲ୍ଲୀ:  ଓଡ଼ିଶା ଉଦାହରଣ ଦେଲା ନୀତି ଆୟୋଗ । ଶିକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ । ପଞ୍ଚମ ପାଳିରେ କ୍ଷମତାକୁ ଆସିବା ପରେ ରାଜ୍ୟ ସରକାରଙ୍କ ‘ଫାଇଭ୍-ଟି’ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଦିଗରେ ସଫଳତା ହାସଲ କରିଛନ୍ତି । ବିଶେଷ କରି ଶିକ୍ଷା ବ୍ୟବସ୍ଥା ନେଇ ଏହି ‘ଫାଇଭ-ଟି’ ଅଧିକ ସଫଳ ହୋଇଥିବା କହିଛନ୍ତି ନୀତି ଆୟୋଗ ।

ସଭିଏଁ ପଢ଼ିବେ , ସଭିଏଁ ବଢ଼ିବେ ସ୍ଲୋଗାନ୍ ଏବଂ ସ୍କୁଲରେ ଶୈକ୍ଷିକ ବାତାବରଣ ସୃଷ୍ଟି କରି କିଭଳି ସମସ୍ତଙ୍କୁ ଉଚିତ୍ ଶିକ୍ଷାଦାନ ଦିଆଯିବ ସେ ନେଇ ସରକାର ଉତ୍ତମ ପଦକ୍ଷେପ ନେଉଛନ୍ତି, ଯାହା ପିଲାମାନଙ୍କୁ ତାଙ୍କ ଲକ୍ଷ୍ୟସ୍ଥଳ ହାସଲ କରିବାକୁ ଆର୍ଷିତ କରିବା ସହ ପାଠ ପଢ଼ିବାକୁ ଅଧିକ ପ୍ରୋତ୍ସାହିତ କରିବ । ଆଉ ନୀତି ଆୟୋଗ ଏବଂ ସାଥ୍-ଇ ପ୍ରୋଜେକ୍ଟ ଜରିଆରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ୍ କରିବା ଓ ଉନ୍ନତି ଆଣିବା କ୍ଷେତ୍ରରେ ଓଡ଼ିଶା ବିଶେଷ ଅଗ୍ରଗତି କରିଥିବା କହିଛନ୍ତି ନୀତି ଆୟୋଗ ।

ବିଶେଷ କରି ବ୍ଲକସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ କ୍ଷେତ୍ରରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ନେଇ ଅଧିକ ଗୁରୁତ୍ବ ଦେଇଛନ୍ତି ଓଡ଼ିଶା ସରକାର । ଆଉ ଓଡ଼ିଶା ଟ୍ରାନ୍ସଫର୍ମେସନ୍, ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି ଏବଂ ଟାଇମଲାଇନ୍ସ ଭଳି ‘ଫାଇଭ୍-ଟି’ କାର୍ଯ୍ୟକ୍ରମ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ପାଲଟିଛି । ଆଉ ନୀତି ଆୟୋଗର ପ୍ରଶଂସା ପରେ ଟ୍ୱିଟର ୟୁଜର୍ସମାନେ ମଧ୍ୟ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସାଧୁବାଦ୍ ଜଣାଇଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe