ମହାପ୍ରଭୁଙ୍କୁ ଲାଗି ହେଲା ସେନାପଟା, ନୀତି ୪ ଘଣ୍ଟା ବିଳମ୍ବ, ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ

ମହାପ୍ରଭୁଙ୍କୁ ଲାଗି ହେଲା ସେନାପଟା, ନୀତି ୪ ଘଣ୍ଟା ବିଳମ୍ବ, ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ

Odisha Sun Times

ପୁରୀ : ଆସନ୍ତାକାଲି ସ୍ନାନଯାତ୍ରା ପାଇଁ ଗତକାଲି ରାତିରୁ ସେବାୟତଙ୍କ ଦ୍ୱାରା ବିଭିନ୍ନ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି। ଗତକାଲି ରାତି ୧୨ଟା ୧୫ରେ ଚତୁର୍ଦ୍ଧା ମୂର୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଆଚ୍ଛାଦିତ କରାଯିବା ପରେ ରାତି ୧୨ଟା ୨୫ରେ ବାହୁଟ କଣ୍ଟ ନୀତି ଅନୁଷ୍ଠିତ ହୋଇଥିଲା। ରାତି ୧୨ଟା ୪୦ରେ କୋଠ ସୁଆଁସିଆଙ୍କ ଦ୍ୱାରା ଚାରମାଳ ବନ୍ଧା ଆରମ୍ଭ ହୋଇଥିଲା। ଆଜି ସକାଳ ୫ଟାରେ କୋଠ ସୁଆଁସିଆ ବାହାରିବାର ଥିଲା। ତେବେ ଏହି ନୀତିରେ ୪ ଘଣ୍ଟା ବିଳମ୍ବ ହୋଇଛି। ଭୋର ୫ଟାରେ କୋଠ ସୁଆଁସିଆମାନେ ବାହାରିବା ନେଇ ନୀତି ଚୂଡ଼ାନ୍ତ ହୋଇଥିଲା ବେଳେ ଏମାନେ ବାହାରିଲା ବେଳକୁ ସକାଳ ୮ଟା ହୋଇଥିଲା। ସେହିଭଳି ସାଢ଼େ ୫ଟାରେ ସେନାପଟା ଲାଗି ପାଇଁ ଦଇତାପତିମାନେ ଶ୍ରୀମନ୍ଦିର ପ୍ରବେଶ କରିବାର ଥିବା ବେଳେ ଆଜି ସକାଳ ୮ଟା ୧୦ରେ ଦଇତାପତିମାନେ ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି। ଏହା ପଛକୁ ଅନ୍ୟ ସବୁ ନୀତି ବି ବିଳମ୍ବ ହୋଇଛି। ଆଜି ସକାଳ ସାଢ଼େ ୧୦ଟାରେ ଶ୍ରୀଅଙ୍ଗରେ ସେନାପଟା ଲାଗି ନୀତି ଶେଷ ହେବାର ଥିଲା। କିନ୍ତୁ ସେନାପଟା ଲାଗି ନୀତି ଶେଷ କରି ଦଇତାପତି ସେବକମାନେ ବାହାରିଲା ବେଳକୁ ଅପରାହ୍ଣ ପ୍ରାୟ ୧ଟା ୨୫ ମିନିଟ୍ ହୋଇ ଯାଇଥିଲା। ସେହିଭଳି ମଙ୍ଗଳ ଆଳତି ୧ଟା ୩୫ରେ ଆରମ୍ଭ ହୋଇଥିଲା। ଅବକାଶ ନୀତି ୧୨ଟା ୧୫ରେ ହେବାକୁ ଥିବା ବେଳେ ଆଜି ସାଢ଼େ ୨ଟାରେ ଏହି ନୀତି ଶେଷ ହୋଇଥିଲା। ବଲ୍ଲଭ ଓ ସକାଳ ଧୂପ ସଂଧ୍ୟା ୫ଟା ୨୦ରେ ଶେଷ ହୋଇଥିଲା। ଭୋଗ ମଣ୍ଡପ ସଂଧ୍ୟା ୬ଟା ୨୫ରେ ହୋଇଥିଲା। ନୀତି ବିଳମ୍ବ ଯୋଗୁ ବହୁ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଥିଲେ। ସାଢ଼େ ୨ଟା ପରେ ସାଧାରଣ ଦର୍ଶନ ସ୍ୱାଭାବିକ ହୋଇଥିଲା ଓ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେପଟେ ସ୍ନାନବେଦୀକୁ ଜଳ ବିଜେ ଲାଗି ଉତ୍ତରଦ୍ୱାର ମା’ଶୀତଳା ମନ୍ଦିର ସମ୍ମୁଖ ସୁନା କୂଅକୁ ଆଜି ଶୋଧ କରାଯାଇ ସୁବିଧାରେ ଜଳ ଆଣିବାର ସମସ୍ତ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe