ନିୟମଗିରି ନେତା ଲିଙ୍ଗରାଜ ଗିରଫ : ବିଭିନ୍ନ ମହଲରେ ପ୍ରତିକ୍ରିୟା, ଆନ୍ଦୋଳନ ଚେତାବନୀ

Advertisment
ନିୟମଗିରି ନେତା ଲିଙ୍ଗରାଜ ଗିରଫ : ବିଭିନ୍ନ ମହଲରେ ପ୍ରତିକ୍ରିୟା, ଆନ୍ଦୋଳନ ଚେତାବନୀ

କେସିଙ୍ଗା/ଭୁବନେଶ୍ବର : ନିୟମଗିରି ସୁରକ୍ଷା ସମିତିର ନେତା ତଥା ଜନ ପରିଷଦର ଅଧ୍ୟକ୍ଷ ଲିଙ୍ଗରାଜ ଆଜାଦଙ୍କୁ ବୁଧବାର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ୨୦୧୮ ମସିହା ବେଦାନ୍ତ କମ୍ପାନିକୁ ବିରୋଧ କରିବା ସମୟରେ ଗଣ୍ଡଗୋଳ ହେବା ଏବଂ ତ୍ରି‌ଲୋଚନପୁର ସିଆରପିଏଫ କ୍ୟାମ୍ପ ଖୋଲିବା ନେଇ ଲୋକଙ୍କୁ ମତାଇ ଅସ୍ତ୍ରଶସ୍ତ୍ର ସହ ଶୋଭାଯାତ୍ରା କରିବା ଘଟଣାରେ ତାଙ୍କୁ ଗିରଫ କରାଯାଇଥିବା ପୁଲିସ୍‌ କହିଛି।

ଅନ୍ୟପକ୍ଷରେ, ଏହି ଗିରଫକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଲୋକଶକ୍ତି ଅଭିଯାନ ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରାୟ ଓ ନିୟମଗିରି ସୁରକ୍ଷା ସମିତିର ସତ୍ୟ ମାହାର ଏହାକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଏହାର ପୁନଃ ବିଚାର ନ କଲେ ଦେଶବ୍ୟାପୀ ଏହାର ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଉପଦେଷ୍ଟା ରବି ଦାସ, ଆବହାକ ଜୟନ୍ତ ଦାସ, ମଧୁସୂଦନ ବିଶ୍ବାଳ, ଅନୁରାଧା ସୁବୁଦ୍ଧି, ବିଭୂଦତ୍ତ ମିଶ୍ର, ପ୍ରଦୀପ ମହାରଣା, ଅଖିଳ ଲେଙ୍କା, ଭଞ୍ଜ କିଶୋର ପ୍ରଧାନ, ସୁଧାଂଶୁ ବେହେରା, ଉମେଶ ନାୟକ, ଅମର ସାହୁ, ଚଣ୍ଡାଳ ପ୍ରଧାନ ପକ୍ଷରୁ ଲିଙ୍ଗରାଜଙ୍କୁ ତୁରନ୍ତ ଖଲାସ କରିବା ପାଇଁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe