ନିୟମଗିରି ଗୁଳିକାଣ୍ଡ ଘଟଣା : ମୃତକଙ୍କ ପରିବାରକୁ ଦେଢ଼ ଲକ୍ଷ କ୍ଷତିପୂରଣ ନିର୍ଦେଶ ଦେଲେ ଓଏଚ୍‌ଆରସି

Advertisment
ଆଜି ସରିବ ଓଏଚ୍‌ଆର୍‌ସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର : ୨୦୧୬ ମସିହାରେ ନିୟମିଗିରିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ମୃତ ମୋନ୍ଦା କାଡ୍ରାକାଙ୍କ ପରିବାରକୁ ଦୁଇମାସ ଭିତରେ ଦେଢ଼ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ଲାଗି ନିର୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିସନ (ଓଏଚଆରସି)। ଏ ସଂକ୍ରାନ୍ତରେ ଗୃହ ବିଭାଗର ପ୍ରମୁଖ ସଚିବ ଓ ପୁଲିସ ଡିଜିଙ୍କୁ କମିସନ ପକ୍ଷରୁ ସୂଚନା ଦିଆଯାଇଛି।

ନିୟମଗିରି ପର୍ବ ଚାଲିଥିବା ସମୟରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଥାନା ଅଧୀନ ଡାଙ୍ଗମାଟିଆ ଗାଁର ମୋନ୍ଦା ସଲପ ସଂଗ୍ରହ କରୁଥିବା ବେଳେ ବିଏସ୍‌ଏଫ୍‌ ଓ ଡିଭିଏଫ୍‌ ଗୁଳିରେ ନିହତ ହୋଇଥିଲେ। ଏହି ଘଟଣାକୁ ପୁଲିସ ପକ୍ଷରୁ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ଯୋଗୁଁ ଜଣେ ନକ୍ସଲର ମୃତ୍ୟୁ ହୋଇଛି ବୋଲି କୁହାଯାଇଥିଲା। ତେବେ ଏହି ଘଟଣାର ନିରପେକ୍ଷ ତଦନ୍ତ ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ପ୍ରଦାନ କରିବା ଲାଗି ଆଇନଜୀବୀ ପ୍ରବୀର କୁମାର ଦାସ, ମାନବାଧିକାରକର୍ମୀ ବିଶ୍ବପ୍ରିୟ କାନୁନ୍‌ଗୋ, ବିଜୟ କୁମାର ପଣ୍ଡା ଓ ଦ୍ରିକା କାଡ୍ରାକା ପୃଥକ ପୃଥକ ଭାବେ କମିସନରେ ଆବେଦନ କରିଥିଲେ।

ଏହି ଘଟଣାରେ ଦକ୍ଷିଣାଞ୍ଚଳ ଆରଡିସି ଓ ଦକ୍ଷିଣାଞ୍ଚଳ ଡିଆଇଜି ରିପୋର୍ଟ ଦାଖଲ କରିଥିଲେ। ଉଭୟେ ପୁଲିସ ସପକ୍ଷରେ ରିପୋର୍ଟ ଦେଇଥିଲେ। ନକ୍ସଲ କ୍ୟାମ୍ପ୍‌ରେ ମୋନ୍ଦା ଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ତାଙ୍କର ମୃତ୍ୟୁ ହୋଇଛି ‌ରିପୋର୍ଟରେ ‌ଦର୍ଶାଯାଇଥିଲା। ମାତ୍ର କମିସନ ଏହି ରିପୋର୍ଟକୁ ତର୍ଜମା କରିବା ସହିତ ନକ୍ସଲ କ୍ୟାମ୍ପ୍‌ରୁ ଖସି ପଳାଇଥିବା ଡମ୍ବରୁର ବୟାନକୁ କାହିଁକି ବିଶ୍ବାସ କରା ନ ଯିବ ବୋଲି ପ୍ରଶ୍ନ କରିଥିଲେ। ମୋନ୍ଦା ନକ୍ସଲ ଥିଲେ ଓ ସଶସ୍ତ୍ର ଥିଲେ ବୋଲି କୌଣସି ପ୍ରମାଣ ନ ମିଳିବା ପରିପ୍ରେକ୍ଷୀରେ ଏହି ଘଟଣାରେ ତାଙ୍କର ବଞ୍ଚିବାର ଅଧିକାର କ୍ଷୁର୍ଣ୍ଣ ହେବା ସହିତି ହାଇକୋର୍ଟଙ୍କ ଏକ ରାୟ ନଜିରରେ କ୍ଷତିପୂରଣ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe