ଏମ୍‌କେସିଜିରେ ଏନ୍‌ଏମ୍‌ସି ଟିମ୍‌, ଶିଶୁରୋଗ ବିଭାଗ ପିଜି ସିଟ୍‌ ବୃଦ୍ଧି ଉପରେ ସମୀକ୍ଷା

Advertisment
ଏମ୍‌କେସିଜିରେ ଏନ୍‌ଏମ୍‌ସି ଟିମ୍‌, ଶିଶୁରୋଗ ବିଭାଗ ପିଜି ସିଟ୍‌ ବୃଦ୍ଧି ଉପରେ ସମୀକ୍ଷା

The New Indian Express

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚିକିତ୍ସାକେନ୍ଦ୍ର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ପର୍ଯ୍ୟାୟ କ୍ରମେ ବିଭିନ୍ନ ବିଭାଗର ସିଟ୍‌ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉଛି। ଏମ୍‌କେସିଜି ପାଇଁ ୨୫୦ ଏମ୍‌ବିବିଏସ୍‌ ସିଟ୍‌ କାଏମ ହୋଇ ସାରିଛି। ଏବେ ପିଜି ସିଟ୍‌ ସଂଖ୍ୟା ବୃଦ୍ଧି କରିବା ପାଇଁ ପର୍ଯ୍ୟାୟ କ୍ରମେ ଏନ୍‌ଏମ୍‌ସି (ନ୍ୟାସନାଲ୍‌ ମେଡିକାଲ କମିସନ୍‌) ଠାରୁ ମଂଜୁରି ଲୋଡ଼ା ଯାଉଛି। ଏମ୍‌କେସିଜିର ଶିଶୁରୋଗ ବିଭାଗର ପିଜି ସିଟ୍‌ ବୃଦ୍ଧି କରିବା ପାଇଁ କଲେଜ ତରଫରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା।

ସେହି ପ୍ରସ୍ତାବ ଅନୁସାରେ ଆଜି କେନ୍ଦ୍ର ସରକାରଙ୍କ ଏନ୍‌ଏମ୍‌ସିର ଜଣିକିଆ ପ୍ରତିନିଧି ଏମ୍‌କେସିଜି ଗସ୍ତ କରିଥିଲେ। ଏନ୍‌ଏମ୍‌ସିର ପ୍ରଫେସର ଡା. ଆର୍‌. ଏନ୍‌ ମଣ୍ଡଳ ଏମ୍‌କେସିଜିର ଶିଶୁରୋଗ ବିଭାଗର ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ସେ ଉଭୟ କଲେଜ ଓ ହସ୍ପିଟାଲ୍‌ ପରିଦର୍ଶନ କରି ସିଟ୍‌ ବୃଦ୍ଧି ସମ୍ପର୍କରେ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ। ଇନ୍‌ଡୋର୍‌, ଆଉଟ୍‌ଡୋର୍‌, ଏସ୍‌ଏନ୍‌ସିୟୁ, ନିକୁ ଓ ପିକୁ ମଧ୍ୟ ପରିଦର୍ଶନ କରିଥିଲେ। ବର୍ତ୍ତମାନ ଶିଶୁରୋଗ ବିଭାଗ ପାଇଁ ୮ଟି ପିଜି ସିଟ୍‌ ରହିଛି। ଏହି ସିଟ୍‌ ୧୨କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଆଲୋଚନା ବେଳେ ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଅବନୀକାନ୍ତ ମିଶ୍ର, ବିଭାଗୀୟ ପ୍ରଫେସର ଡା. ନରେନ୍ଦ୍ର ବେହେରାଙ୍କ ସମେତ ବିଭାଗୀୟ ଡାକ୍ତର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe