ଏନ୍‌ଏମ୍‌ଏମ୍‌ଏସ୍‌ ଓ ଏନ୍‌ଟିଏସ୍‌ ପରୀକ୍ଷା ଫର୍ମ ପୂରଣ ଅବଧି ବଢ଼ିଲା

Advertisment
ଏନ୍‌ଏମ୍‌ଏମ୍‌ଏସ୍‌ ଓ ଏନ୍‌ଟିଏସ୍‌ ପରୀକ୍ଷା ଫର୍ମ ପୂରଣ ଅବଧି ବଢ଼ିଲା

school.careers360.com

ଭୁବନେଶ୍ୱର : ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଟିଇ ଆଣ୍ଡ୍‌ ଏସ୍‌ସିଇଆରଟି) ଦ୍ବାରା ପରିଚାଳିତ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା (ଏନ୍‌ଏମ୍‌ଏମ୍‌ଏସ୍‌) ଓ ରାଜ୍ୟସ୍ତରୀୟ ଜାତୀୟ ମେଧାବୃତ୍ତି ପରୀକ୍ଷା(ଏନ୍‌ଟିଏସ୍‌ଇ) ପାଇଁ ଆବେଦନ ସମୟ ସୀମାକୁ ବଢ଼ାଇ ଦିଆଯାଇଛି। ଡିସେମ୍ବର ୧୩ରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଦୁଇ ପରୀକ୍ଷା ଲାଗି ଛାତ୍ରଛାତ୍ରୀ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ପୂର୍ବରୁ ଏହା ଅକ୍ଟୋବର ୨୮ ତାରିଖ ବୋଲି ଧାର୍ଯ୍ୟ ହୋଇଥିଲା।

ତେବେ କରୋନା ସଂକ୍ରମଣ ବ୍ୟାପିବା‌ ଓ ଛୁଟି ପଡ଼ିବା କାରଣରୁ ଅନେକ ମେଧାବୀ ଛାତ୍ରଛାତ୍ରୀ ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି। ତାହାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ଫର୍ମ ପୂରଣ ସମୟ ସୀମାକୁ ବଢ଼ାଇ ଦିଆଯାଇଛି। ଶିକ୍ଷାନୁଷ୍ଠାନସ୍ତରରେ ଯାଞ୍ଚର ଶେଷ ତାରିଖ ନଭେମ୍ବର ୫ ବୋଲି ସ୍ଥିର ହୋଇଛି। ଜିଲ୍ଲାସ୍ତରରେ ଯାଞ୍ଚର ଶେଷ ତାରିଖ ୭ ତାରିଖ ରଖାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ଏଦିଗରେ ପଦ‌କ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe