ଦିଲ୍ଲୀରେ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ବିଶାଳ ଚାଷୀ ସମାବେଶ

Advertisment

ନବନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀକୁ ଉଦଘାଟନ କଲେ ଆନ୍ନା ହଜାରେ

ନବନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀକୁ ଉଦଘାଟନ କଲେ ଆନ୍ନା ହଜାରେ

ଦିଲ୍ଲୀରେ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ବିଶାଳ ଚାଷୀ ସମାବେଶ

ନୂଆଦିଲ୍ଲୀ:  ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀ ବୁଧବାର ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ରାଜ୍ୟର ୫ ହଜାରରୁ ଅଧିକ ଚାଷୀଙ୍କ ସମେତ ୨୨ଟି ରାଜ୍ୟର ୧୦ ହଜାର ଚାଷୀ ସାମିଲ ହୋଇଛନ୍ତି। ଏହି ସମ୍ମିଳନୀକୁ ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଉଦଘାଟନ କରଛନ୍ତି। ଆନ୍ନା କହିଛନ୍ତି ଯେ କୃଷକମାନେ ଏକତ୍ରିତ ହୋଇ ସ୍ୱର ଉତ୍ତୋଳନ କଲେ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିବ। ହକ୍‌ ପାଇଁ ଲଢ଼େଇ ଜୋରଦାର କରିବାକୁ ହେବ ବୋଲି ଆନ୍ନା କୃଷକମାନଙ୍କୁ ଆହ୍ଵାନ ଦେଇଛନ୍ତି।

ନୂଆଦିଲ୍ଲୀର ସଂସଦମାର୍ଗରେ ଅନୁଷ୍ଠିତ ଏହି ସମ୍ମିଳନୀରେ ନବନିର୍ମାଣ କୃଷକ ସଙ୍ଗଠନର ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ, ରାଜେନ୍ଦ୍ର ସିଂହ, ସନ୍ଦୀପ ପାଣ୍ଡେଙ୍କ ସହିତ ନବନିର୍ମାଣ କୃଷକ ସଙ୍ଗଠନର ଆବାହକ ଅକ୍ଷୟ କୁମାର ପ୍ରମୁଖ ଉଦ୍‌ବୋଧନ ଦେଇ କୃଷକମାନଙ୍କ ହକ୍‌ ଓ ସେମାନଙ୍କୁ ସମ୍ମାନ ନ ଦେଇ କୌଣସି ଦେଶର ପ୍ରଗତି ସମ୍ଭବ ନୁହେଁ ବୋଲି କହିଛନ୍ତି। ଦିଲ୍ଲୀ ଦରବାରରେ ଚାଷୀଙ୍କ  ଦ୍ୱାରା ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ ଦାବି ଉପସ୍ଥାପନ କରାଯିବ। ବିଭିନ୍ନ ରାଜ୍ୟରୁ ଟ୍ରେନ୍‌ ଯୋଗ ଚାଷୀମାନେ ଦିଲ୍ଲୀ ଆସି ପହଞ୍ଚିଛନ୍ତି। ମଧ୍ୟପ୍ରଦେଶରୁ ଈଶ୍ୱର ଚନ୍ଦ୍ର ତ୍ରିପାଠୀ, ହରିୟାଣାରୁ ପ୍ରତାପ ଚୌଧୁରୀ, ଗୁରୁନାମ ସିଂହ ଚାନ୍ଦେରୀ, ଉତ୍ତର ପ୍ରଦେଶରୁ ହିମାଂଶୁ ତିଓ୍ଵାରୀ, ହରପାଳ ସିଂହ, ରାଜସ୍ଥାନରୁ ରାମପାଲ ଜାଟ୍‌, କୁଅଁର ରାଜେନ୍ଦ୍ର ନରେଲା, ଉତ୍ତରାଖଣ୍ଡରୁ ପି.ସି. ତିଓ୍ଵାରୀ, ଛତିଶଗଡ଼ରୁ ରବି ବର୍ମା, ବିହାରରୁ ସାଗର କୁମାର, ପଶ୍ଚମବଙ୍ଗରୁ ଶ୍ରୀମତୀ ପମ୍ପା ଓ ଡାକ୍ତର ଗୌତମ ପାଲଙ୍କ ନେତୃତ୍ୱରେ ଚାଷୀମାନେ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି।

ନବ ନିର୍ମାଣ କୃଷକ ସଂଗଠନର ପ୍ରଥମ ଜାତୀୟ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଦାବି କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ  ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ୬ ମାସ ଭିତରେ ସମାଧାନ କରିବା ପାଇଁ ଆହ୍ଵାନ କରାଯିବ। ନଚେତ ଆଗକୁ ଆନ୍ଦୋଳନ ଜୋରଦାର କରିବା ପାଇଁ ଚେତାବନୀ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe