Shutterstock
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ନ ମିଳିବାରୁ କଟକ ସ୍ଥାନାନ୍ତର ହୋଇନପାରି ଜଣେ ରୋଗୀ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ରାମଚନ୍ଦ୍ରପୁର ଥାନା ବାମ୍ଫିଡି ଗ୍ରାମର ବାଜିଆ ପାତ୍ର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ମଧ୍ୟାହ୍ନ ୧୨ଟାବେଳେ କଟକ ସ୍ଥାନାନ୍ତର କରିଥିଲେ। ପରିବାର ଲୋକେ ଆମ୍ବୁଲାନ୍ସ ପାଇଁ ସ୍ୱାସ୍ଥ୍ୟମିତ୍ରଙ୍କ ପାଖକୁ ବାରମ୍ବାର ଦୌଡ଼ିଥିଲେ। କିନ୍ତୁ କର୍ମଚାରୀ ଜଣକ ଆମ୍ବୁଲାନ୍ସ ଯୋଗାଇଦେବା ପରିବର୍ତ୍ତେ ରୋଗୀକୁ ଗାଡ଼ି ଭଡ଼ା କରି କଟକ ନେବାକୁ କହିଥିଲେ। ଅର୍ଥାଭାବରୁ ପରିବାର ଲୋକେ ଗାଡ଼ି ଯୋଗାଡ଼ କରିପାରି ନଥିଲେ। ଶେଷରେ ଅପରାହ୍ଣ ୫ଟାବେଳେ ବାଜିଆଙ୍କ ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ରକରି ଡାକ୍ତରଖାନାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଆମ୍ବୁଲାନ୍ସ ନ ମିଳିବାରୁ ବାଜିଆଙ୍କ ମୃତ୍ୟୁ ଘଟିଲା ବୋଲି ତାଙ୍କ ପୁଅ ରବୀନ୍ଦ୍ର ପାତ୍ର ଅଭିଯୋଗ କରିଛନ୍ତି।
Follow Us