ଅସହାୟ ବିଶୁନୁ, ଭଙ୍ଗା ଘରେ କଟୁଛି ଜୀବନ, ଆବାସ ଯୋଜନା ସାତ ସପନ

ଅସହାୟ ବିଶୁନୁ, ଭଙ୍ଗା ଘରେ କଟୁଛି ଜୀବନ, ଆବାସ ଯୋଜନା ସାତ ସପନ

ବେଗୁନିଆପଡ଼ା: ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍‌ ବଡଖଇରଖମା ପଞ୍ଚାୟତ ପାଇକପଡା ଜାନି ସାହିରେ ଏବେ ଅସହାୟ ଅବସ୍ଥାରେ ଦିନ କାଟୁଛି ବିଶୁନୁ ଜାନି। ବିଶୁନୁର ଅବସ୍ଥା ଦେଖିଲେ ବାରି ହେଇଯାଏ ଘରର ସ୍ଥିତି। କେଇଖଣ୍ଡ ବାଉଁଶ ବୟାନ କରୁଛି ଘରର ପରିବେଶ। ଘର ଭିତରେ ଯେଣେତେଣେ ଏବେ ଜୀବନ ବିତାଉଛନ୍ତି ୪ ପ୍ରାଣୀ କୁଟୁମ୍ବ । ଦିନରେ ଖରା ଓ ରାତିରେ ତାରା, ଆଉ ବର୍ଷା ହେଲେ ଘରେ ପାଣି ପଶିଯାଏ । ଚୁଲିରେ ପାଣି ପଶିଯିବା ପରେ ରୋଷେଇ ବନ୍ଦ ହୋଇଯାଏ।

ଜମିଜମା କିଛି ନାହିଁ। ଏମିତିରେ ୩୦ ବର୍ଷରୁ ଊର୍ଦ୍ଧ୍ୱ ଦିନ ହେଲା ଦୟନୀୟ ଅବସ୍ଥାରେ ତାଙ୍କ ପରିବାର କାଳ କାଟୁଛନ୍ତି। ବନ୍ୟା ବାତ୍ୟା ଆସିଲେ ସରକାରୀ ହେଉ କିମ୍ବା ଆଉ କାହା ଘର ତାଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଯାଏ। ବିଶୁନୁ ମୂଲ ଲାଗି ଯାହା ଯାହା ରୋଜଗାର କରନ୍ତି ସେଥିରେ ପୁରା ପରିବାରକୁ ଖୋରାକ ଯୋଗାଇବା ବି ସମ୍ଭବ ନୁହଁ। ଯେଉଁଠି ଦୁଇ ବେଳା ଦୁଇ ମୁଠା ଖାଇବା ଯୋଗାଡ଼ କରିବା ସମ୍ଭବ ନୁହେଁ। ସେଠି ଘର ତିଆରି କରିବା କଥା ପଚାରେ ବା କିଏ।

ଗରିବ ପରିବାର ଘର ଖଣ୍ଡିଏ ପାଇଁ ଧାଇଁ ନୟାନ୍ତ ହେଲେଣି ହେଲେ କେହି ଏଥିପ୍ରତି କେହି କର୍ଣ୍ଣପାତ କରିନାହାନ୍ତି। ଚାରିପ୍ରାଣୀ ଦୁଖେକଷ୍ଟେ ଚଳି ଯାଉଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଭଳି ଯୋଜନା କରିଛନ୍ତି। କିନ୍ତୁ ଏହି ଘରକୁ ଦେଖିଲେ ଲାଗୁଛି ବୋଧ ହୁଏ ଆବାସ ଯୋଜନା ଏମାନଙ୍କ ପାଇଁ ସାତ ସପନ। ସେପଟେ ବିଡ଼ିଓ ବେଦବର ପ୍ରଧାନ କହିଛନ୍ତି, ଏହାର ତଦନ୍ତ କରିବା ପାଇଁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ କୁହାଯାଇଛି। ରିପୋର୍ଟ ଆସିବା ପରେ ଘର ଯୋଗାଇବା ପାଇଁ ବ୍ୟବସ୍ଥା କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe