Sambad English
କଟକ : କଟକ ଏସ୍ସିବି ମେଡିକାଲରୁ ଫେରାର୍ ହୋଇଥିବା କୁଖ୍ୟାତ୍ ଗ୍ୟାଙ୍ଗ୍ଷ୍ଟର୍ ହାଇଦର୍ ଜମ୍ବୁଅଞ୍ଚଳର ଜଳପଥ ଦେଇ ବାଂଲାଦେଶ ଚାଲିଯାଇଥିବା ନେଇ ଦୁଇଦିନ ହେବ ଚର୍ଚ୍ଚା ଲାଗିରହିଛି। ଏହା ସତ ହୋଇଥାଉ କିମ୍ବା କେବଳ ଏକ ଆଶଙ୍କା ହୋଇଥାଉ, ଏହାପଛରେ ଯେ ଏକ ଯୁକ୍ତିଯୁକ୍ତ କାରଣ ରହିଛି ବର୍ତ୍ତମାନର ସାମୁଦ୍ରିକ ଥାନାର ଅବସ୍ଥାକୁ ଦେଖିଲେ ତାହା ସ୍ପଷ୍ଟ ଜଣାପଡ଼ିବ। ରାଜ୍ୟରେ ଥିବା ୧୮ଟି ସାମୁଦ୍ରିକ ଥାନାରୁ ୯ଟି ଥାନାରେ ପାଟ୍ରୋଲି˚ ପାଇଁ ବୋଟ୍ ନାହିଁ। ଯେଉଁ କେତୋଟି ବୋଟ୍ ଅଛି , ତାହା ମଧ୍ୟ ସମୁଦ୍ର ଭିତରକୁ ଯାଉନାହିଁ । ଏପରିସ୍ଥଳେ ରାଜ୍ୟର ୪୮୭ କିମି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ କିଏ ଜଗୁଛି, ତାହା ଏବେ ମୁଖ୍ୟପ୍ରଶ୍ନ। ଯେଉଁଠି ଅନୁପ୍ରବେଶକାରୀମାନେ ଅବାଧରେ ସମୁଦ୍ର ବାଟ ଦେଇ ପ୍ରବେଶ କରୁଛନ୍ତି, ସେଠି ହାଇଦର୍ଙ୍କ ଭଳି ଗ୍ୟାଙ୍ଗ୍ଷ୍ଟର୍ କ’ଣ ଯାଇପାରିବେ ନାହିଁ ବୋଲି ବି ସାଧାରଣରେ ଆଲୋଚନା ହେଉଛି।
Odisha Policeଓଡ଼ିଶା ସୀମାକୁ ଲାଗିଥିବା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ବାଲେଶ୍ବର ଜିଲ୍ଲାର ବଳରାମଗଡ଼ି, ଭଦ୍ରକ ଜିଲ୍ଲାର ଧାମରା, କେନ୍ଦ୍ରାପଡ଼ାର ଜମ୍ବୁ, ଜଗତ୍ସିଂହପୁର ଜିଲ୍ଲାର ପାରାଦ୍ବୀପ ଓ ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀରେ ସାମୁଦ୍ରିକ ଥାନା ନିର୍ମାଣ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଥାନାରେ ଜଣେ ଇନ୍ସପେକ୍ଟରଙ୍କୁ ମିଶାଇ ୮୧ ଜଣ ଲେଖାଏ ପୁଲିସ କର୍ମଚାରୀ ପଦବି ସୃଷ୍ଟି କରାଯାଇଥିଲା। ୧୦ଟି ୧୨ ଟନ୍ ଏବ˚ ୫ଟି ୫ ଟନ୍ ଫାଷ୍ଟ ଇଣ୍ଟର୍ସେପ୍ଟର ବୋଟ୍ (ଏଫ୍ଆଇବି) ନିୟୋଜିତ ହୋଇଥିଲା। କୋଲକାତାର ଏକ ଘରୋଇ ସ˚ସ୍ଥା ପକ୍ଷରୁ ଏହି ବୋଟ୍ ଯୋଗାଇ ଦିଆଯାଇଥିଲା। ୫ଟି ଥାନାକୁ ୩ଟି କରି ୧୫ଟି ବୋଟ୍ ଯୋଗାଇ ଦିଆଯାଇଥିଲା। ଉକ୍ତ ଘରୋଇ କମ୍ପାନୀ ହୁଗୁଳି ନଦୀରେ ୧୫ଟି ବୋଟ୍ର ପରୀକ୍ଷା କରି ଓଡ଼ିଶାର ୫ଟି ସାମୁଦ୍ରିକ ଥାନାକୁ ଦେଇଥିଲା, ଯାହା ସମୁଦ୍ର ଲହଡିକୁ ସାମନା କରିବାକୁ ଅକ୍ଷମ। ଏହି ବୋଟ୍ ଏବେ ପୁଲିସ ବିଭାଗ ପାଇଁ ଅଧିକ ସମସ୍ୟା ସୃଷ୍ଟି କଲାଣି।
ପ୍ରଥମ ପର୍ଯ୍ୟାୟରେ ଦେଇଥିବା ୧୫ଟି ବୋଟ୍ରୁ ଗଞ୍ଜାମ ଆର୍ଯ୍ୟପଲ୍ଲୀ ମେରାଇନ୍ ଥାନାର ଦୁଇଟି ବୋଟ୍ ଗଲା ଫାଇଲିନ୍ରେ ନଷ୍ଟ ହୋଇଥିଲା। ରାଜ୍ୟ ସରକାର ବୋଟ୍ ମରାମତି ପାଇଁ ୧ କୋଟି ୮୦ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାର ଏହି ଅଚଳ ବୋଟ୍ ମରାମତି ପାଇଁ ଏଯାଏ ଅନୁମତି ଦେଲେନାହିଁ। ଓଲଟି ୧୩ଟି ବୋଟ୍କୁ ମୋଟ ୧୮ଟି ସାମୁଦ୍ରିକ ଥାନା ଭିତରେ ଗୋଟିଏ ବା ଦୁଇଟି କରି ବାଣ୍ଟି ଦେଇଥିଲେ। ସୋନପୁର, ଚନ୍ଦ୍ରଭାଗା, ପେଣ୍ଠକଟା, ବନ୍ଦର, ଜଟାଧାରୀ, ତାନ୍ତିଆପାଳ, କଷାଫଳ, ଚୂଡ଼ାମଣି, ତଳସରି ସାମୁଦ୍ରିକ ଥାନାରେ ବୋଟ୍ ଆଦୌ ନାହିଁ।
Odisha Police୨୦୧୪ରେ ପୁଲିସ ବିଭାଗର ସମୁଦ୍ରତଟ ସୁରକ୍ଷା ବିଭାଗ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଏ ସ˚କ୍ରାନ୍ତରେ ଚିଠି ଲେଖାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ୧୩ଟି ଥାନା ପାଇଁ ନୂଆ ବୋଟ୍ ଦେବାବେଳେ ବୋଟ୍ଗୁଡ଼ିକ ଯେଭଳି ଲହଡ଼ିକୁ ସାମନା କରିପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା। ଚିଠିକୁ ପ୍ରାୟ ୭ ବର୍ଷ ବିତିଯାଇଥିବା ବେଳେ ଏଯାଏ ନୂଆ ବୋଟ୍ ମିଳିପାରିଲା ନାହିଁ। ଯାନ୍ତ୍ରିକ ତ୍ରୁଟି ଥିବା ବୋଟ୍ ଏବେ ସମୁଦ୍ରତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଦାୟିତ୍ବରେ ରହିଛି।
ବୋଟ୍ ଚାଲିବା ପାଇଁ ତେଲ ବାବଦକୁ କେନ୍ଦ୍ର ସରକାରଙ୍କ ଏକ ପାଣ୍ଠିରୁ ଟଙ୍କା ଆସୁଥିବା ବେଳେ ସେହି ଟଙ୍କା ପରେ ବନ୍ଦ କରିଦିଆଗଲା। ଏବେ ରାଜ୍ୟ ସରକାର ଏଥିପାଇଁ ଟଙ୍କା ଦେଉଛନ୍ତି। ମୁଖ୍ୟତଃ କେନ୍ଦ୍ରାପଡ଼ା, ଜଗତ୍ସି˚ହପୁର ଓ ବାଲେଶ୍ବର ଭଳି ଜିଲାର ସମୁଦ୍ରତଟବର୍ତ୍ତୀ ଅଞ୍ଚଳ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଗଳାବାଟ ହୋଇଥିବା ବେଳେ ବେଆଇନ କାରବାର ଅଧିକ ସହଜ ହେଉଥିବା କୁହାଯାଉଛି। କଟକରୁ ଫେରାର ଥିବା ଗ୍ୟାଙ୍ଗଷ୍ଟର ହାଇଦର କେନ୍ଦ୍ରାପଡ଼ାର ଜମ୍ବୁ ଦେଇ ବାଂଲାଦେଶ ଖସି ଯାଇଥିବା କୁହାଯାଉଥିବା ବେଳେ ସେଠାରେ କି ପ୍ରକାର ପାଟ୍ରୋଲି˚ ଚାଲୁଥିଲା, ସେ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି। ରେଲ୍ୱେ ଏବ˚ କୋଷ୍ଟାଲ୍ ସିକ୍ୟୁରିଟି ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି ଯେ, ୧୫ଟି ବୋଟ୍ରୁ ଦୁଇଟି ଫାଇଲିନ୍ରେ ନଷ୍ଟ ହୋଇଯାଇଛି। ୧୩ଟି ବୋଟ୍ ଏବେ ଚାଲିଛି। ନଷ୍ଟ ହୋଇଥିବା ବୋଟ୍ର ମରାମତି ପାଇଁ ଟଙ୍କା ମଞ୍ଜୁର ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଯେତେବେଳେ ସାମୁଦ୍ରିକ ଥାନା ନିର୍ମାଣ ହେଲା ସେହି ସମୟରେ ପ୍ରତି ଥାନାକୁ ଦୁଇଟି କରି ୨୬ଟି ବୋଟ୍ ଆସିବାର ଯୋଜନା ହୋଇଛି।
Follow Us