ପାର୍ବଣରେ ଦାଦାବଟି ଆଦାୟ ହେଉଥିବା ଜାଣିଲେ ତୁରନ୍ତ ପୁଲିସକୁ ଜଣାନ୍ତୁ: କମିସନରେଟ ପୁଲିସ

ପାର୍ବଣରେ ଦାଦାବଟି ଆଦାୟ ହେଉଥିବା ଜାଣିଲେ ତୁରନ୍ତ ପୁଲିସକୁ ଜଣାନ୍ତୁ: କମିସନରେଟ ପୁଲିସ

ଭୁବନେଶ୍ବର: ଚାନ୍ଦା ଓ ଦାଦାବଟିକୁ ନାଁ। ଭୁବନେଶ୍ଵରରେ କମିସନରେଟ ପୁଲିସ ପକ୍ଷରୁ ପୂର୍ବରୁ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଥିଲା ବେଳେ ଆଜି ବରମୁଣ୍ଡା ବସଷ୍ଟାଣ୍ଡରେ ବିଭିନ୍ନ ବସ୍ ମାଲିକ ସଂଘ ସହ କମିସନରେଟ ପୁଲିସର ଏକ ବୈଠକ ହୋଇଛି । ଆଗକୁ ଆସୁଛି ପାର୍ବଣ ରୁତୁ। ଏହି ସମୟରେ ମା’ଙ୍କ ପୂଜା ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ରାଜଧାନୀକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଯାତ୍ରୀ ବଢ଼ିବା ସହ ଜୋର ଜବରଦସ୍ତ ଚାନ୍ଦା ଆଦାୟ ଓ ଦାଦାବଟି ଆଦାୟ ବଢିବା ଆଶଙ୍କାରେ କମିସନରେଟ ପୁଲିସ ପକ୍ଷରୁ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବସ୍ ମାଲିକ ସଂଘ ଭୁବନେଶ୍ବର, ରାଜଧାନୀ ବସ୍ ମାଲିକ ସଂଘ, ଲିଙ୍ଗରାଜ ବସ୍ ମାଲିକ ସଂଘ ଭୁବନେଶ୍ବର ଉପସ୍ଥିତ ଥିଲେ। ସବୁ ବସ୍ ମାଲିକମାନଙ୍କୁ ଏନେଇ ସଚେତନ କରାଯାଇଛି ଯଦି କେହି ଦାଦାବଟି ଆଦାୟ କରୁଛି ତେବେ ତୁରନ୍ତ ସ୍ଥାନୀୟ ଥାନା ପୁଲିସ୍‌କୁ ଜଣାଇବାକୁ କୁହାଯାଉଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe