୨୨ହଜାର ହେକ୍ଟର ଜମିରୁ ଉତ୍ପାଦିତ ପନିପରିବା ରଖିବା ପାଇଁ ନାହିଁ ଶୀତଳଭଣ୍ଡାର

Advertisment

କୋରାପୁଟ ଜିଲ୍ଲାରେ ଶୀତଳଭଣ୍ଡାର ନଥିବାରୁ ପନିପରିବା ଉତ୍ପାଦିତ ହେବା ପରେ ନଷ୍ଠ ହେବା ଭୟରେ ଚାଷୀମାନେ ଏହାକୁ ଶାଗମାଛ ଦରରେ ବିକ୍ରି କରୁଛନ୍ତି। ଏହି ସମସ୍ୟା ଦୂର କରିବାକୁ ରାଜ୍ୟ ସମବାୟ ବିଭାଗର ରେଜିଷ୍ଟ୍ରାରଙ୍କୁ ପ୍ରସ୍ତାବ ଡିଆରସିଏସ୍ ପଠା ଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କିଛି ଲାଭ ହେଲା ନାହିଁ।

Updated On

କୋରାପୁଟ ଜିଲ୍ଲାରେ ଶୀତଳଭଣ୍ଡାର ନଥିବାରୁ ପନିପରିବା ଉତ୍ପାଦିତ ହେବା ପରେ ନଷ୍ଠ ହେବା ଭୟରେ ଚାଷୀମାନେ ଏହାକୁ ଶାଗମାଛ ଦରରେ ବିକ୍ରି କରୁଛନ୍ତି। ଏହି ସମସ୍ୟା ଦୂର କରିବାକୁ ରାଜ୍ୟ ସମବାୟ ବିଭାଗର ରେଜିଷ୍ଟ୍ରାରଙ୍କୁ ପ୍ରସ୍ତାବ ଡିଆରସିଏସ୍ ପଠା ଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କିଛି ଲାଭ ହେଲା ନାହିଁ।

ଅଦ୍ୟତନ ହୋଇଛି
cold storage

କୋରାପୁଟ: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ୨୨ହଜାର ହେକ୍ଟରରେ ପନିପରିବା ସହ ଅନ୍ୟାନ୍ୟ ଚାଷ ହେଉଛି। ତେବେ ଉତ୍ପାଦିତ ପନିପରିବା, ଆଳୁ, ପିଆଜ, ତେନ୍ତୁଳି, କନ୍ଧମୂଳ, ହଳଦୀ, କିମ୍ବା ଆମ୍ବ ସହ ଅନ୍ୟାନ୍ୟ ଫଳ ଦୀର୍ଘ ଦିନ ଧରି ସାଇତି ରଖିବା ଲାଗି ଶୀତଳଭଣ୍ଡାରର ସୁବିଧା ନାହିଁ।

ଜିଲ୍ଲାର ନନ୍ଦପୁର, କୋରାପୁଟ, ବୋରିଗୁମ୍ମା, ଜୟପୁର, ପଟ୍ଟାଙ୍ଗି, ଲମତାପୁଟ, ଲକ୍ଷ୍ମୀପୁର, କୋଟପାଡ ଓ କୁନ୍ଦୁରା ବ୍ଲକ ଅଞ୍ଚଳରେ ଫୁଲକୋବି, ବନ୍ଧାକୋବି, ଟମାଟୋ, ଅଦା, ବିନ୍ସ, ଗାଜର, ମଟର, ଷ୍ଟ୍ରବେରୀ, ଆମ୍ବ, ଡ୍ରାଗନ ଫୁଟ୍‌ସ, କନ୍ଦମୂଳ, ହଳଦୀ, ପିଆଜ ଏବଂ ଆଳୁ ଉତ୍ପାଦନ ହେଉଛି।

ଜିଲ୍ଲାରେ ଶୀତଳଭଣ୍ଡାର ନଥିବାରୁ ପନିପରିବା ଉତ୍ପାଦିତ ହେବା ପରେ ନଷ୍ଠ ହେବା ଭୟରେ ଶାଗମାଛ ଦରରେ ଚାଷୀମାନେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟା ଦୂର କରିବାକୁ ସମବାୟ ବିଭାଗ ପକ୍ଷରୁ ଗତ ବର୍ଷକ ତଳେ ୪ଟିଲ୍ୟାମ୍ପସ ବୋରିଗୁମ୍ମା, କୁମୁଲିପୁଟ, ନନ୍ଦପୁର ଓ କୁନ୍ଦୁଲିରେ ୫୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ନିର୍ମାଣ ଲାଗି ରାଜ୍ୟ ସମବାୟ ବିଭାଗର ରେଜିଷ୍ଟ୍ରାରଙ୍କୁ ପ୍ରସ୍ତାବ ଡିଆରସିଏସ୍ ପଠାଇଥିଲେ। ତାହାର କିଛି ପ୍ରତି ଉତ୍ତର ଏଯାଏଁ ଆସିନି। ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ୧୦ମେଟ୍ରିକ ଟନର ଶୀତଳୀକରଣ କୋଠା ୩ଟି କରିବାକୁ ଯୋଜନା କରାଯାଇଛି। ଏହା ବି କାର୍ଯ୍ୟକାରୀ ହୋଇ ପାରିନି।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଚୁର ପନିପରିବା  ଓଫଳ ଚାଷ ହେଉଛି ବୋଲି କହିଛନ୍ତି କେସିସି ବ୍ୟାଙ୍କ ପରିଚାଳନା କମିଟିର ସଭାପତି ଇଂ ଈଶ୍ଵର ଚନ୍ଦ୍ର ପାଣିଗ୍ରାହୀ। ଏହାକୁ ସାଇତି ରଖିବାକୁ କୌଣସି ବ୍ୟବସ୍ଥା ନାହିଁ। ଠିକ୍ ସମୟରେ ବିକ୍ରି ହୋଇନପାରିଲେ ନଷ୍ଟ ହୋଇଯାଉଛି। ଚାଷୀ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହାକୁ କିପରି ସାଇତି ରଖାଯିବ, ସେଥିଲାଗି ଯୋଜନା କରାଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଲ୍ୟାମ୍‌ସରେ କୋଲ୍ଡ ଚାମ୍ବର ନିର୍ମାଣ କରିବାକୁ ସମବାୟ ବିଭାଗ ପ୍ରସ୍ତାବ ମାଗିବା ପରେ ଦିଆଯାଇଛି। ପ୍ରସ୍ତାବ ମଞ୍ଜୁର ହେବା ପରେ କୋଲ୍ଡ ଚାମ୍ବର ନିର୍ମାଣ କରାଯିବ ବୋଲି କହିଛନ୍ତି ଇଂ ପାଣିଗ୍ରାହୀ।

ଶୀତଳଭଣ୍ଡାର ନଥିବାରୁ ବହୁ ସମୟରେ ଚାଷୀ ମାନେ କମ୍ ଦରରେ ସେମାନେ ଉତ୍ପାଦିତ ସାମଗ୍ରୀକୁ ଶାଗ ମାଛ ଦରରେ ବିକ୍ରୀ କରି କ୍ଷତି ସହୁଛନ୍ତି। ତୁରନ୍ତ ଶୀତଳ ଭଣ୍ଡାର ହେଲେ ଅଂଚଳର ଚାଷୀମାନେ ବେଶ ଉପକୃତ ହୋଇ ପାରିବେ ବୋଲି ଚାଷୀ ଓ ଚାଷୀପ୍ରତିନିଧି ମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe