ଦୀପତଳ ଅନ୍ଧାର: ଜାତୀୟ ରାଜପଥକଡ଼ରେ ଦୁଗୁଡିପାରି ଗାଁ, ତଥାପି ପକ୍କାରାସ୍ତା ସାତସପନ

Advertisment
ଦୀପତଳ ଅନ୍ଧାର: ଜାତୀୟ ରାଜପଥକଡ଼ରେ ଦୁଗୁଡିପାରି ଗାଁ, ତଥାପି ପକ୍କାରାସ୍ତା ସାତସପନ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ସ୍ଥାନ ଏବଂ ଛକ ହେଉଛି ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା। ଏହି କଳିଙ୍ଗା ଦେଇ ଯାଇଛି ଜାତୀୟ ରାଜପଥ।ଛକରେ ଠିଆ ହେଲେ ଦେଖାଯାଏ ଦୁଗୁଡିପାରି ଗାଁ। ପରିତାପର ବିଷୟ ଏହି ଗାଁର ରାସ୍ତାର ଅବସ୍ଥା ଦୟନୀୟ। ଖାଲକ୍ଷମାରେ ପରିପୂର୍ଣ୍ଣ ରାସ୍ତା। ବିପର୍ଯ୍ୟସ୍ତ ହୋଇପଡିଛି ରାସ୍ତା। ରାସ୍ତାରେ ଯାତାୟାତ କରିବା କଷ୍ଟସାଧ୍ୟ।

କଳିଙ୍ଗା ପଞ୍ଚାୟତ ର ୮,୯,୧୦ ଏବଂ ୧୧ନଂ ୱାର୍ଡକୁ ନେଇ ଦୁଗୁଡିପାରି ଗାଁ, ଯେଉଁଠି ୧୦୫୦ ଭୋଟର ଥିବା ବେଳେ ଜନସଂଖ୍ୟା ୨୫୦୦ରୁ ଊର୍ଦ୍ଧ୍ୱ ଅଛନ୍ତି।କଳିଙ୍ଗା ପୂର୍ତ୍ତ ବିଭାଗ ପାର୍ଶ୍ଵରୁ ଏକ ରାସ୍ତା ଦୁଗୁଡିପାରି ହୋଇ କଳିଙ୍ଗା ଡିଏଭି ଛକ ପର୍ଯ୍ୟନ୍ତ ଯାଇଥିବା ବେଳେ ଏହାର ଦୂରତା ୨କିମି ହେବ। ସେଇଭଳି କଳିଙ୍ଗା ଗେଟସାହି ଠାରୁ ମୁଣ୍ଡାମାଲଙ୍ଗା ପର୍ଯ୍ୟନ୍ତ ପ୍ରାୟ ୨.୫କିମି ରୁ ଉର୍ଦ୍ଧ ହେବ। ଏହି ସଂପୂର୍ଣ୍ଣ ରାସ୍ତା ନଷ୍ଟ ହୋଇସାରିଲାଣି। କିଛି ରାସ୍ତା ନିର୍ମାଣ ହୋଇଥିବା ବେଳେ ନଷ୍ଟ ହୋଇସାରିଲାଣି। ଆଉ କିଛି ମାଟି ରାସ୍ତା ଥିବା ବେଳେ କିଛି ମେଟାଲ ପଥର ପଡି ରହିଛି। ଏହି ରାସ୍ତାରେ ଯାତାୟାତ କରିବା ବହୁ ଅସୁବିଧା ହେଉଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିବା ସହ ନୂତନ ରାସ୍ତା ନିର୍ମାଣ ନିମନ୍ତେ ବାରମ୍ବାର ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ଗ୍ରାମବାସୀ।

ପ୍ରଶ୍ନ ଉଠୁଛି କଳିଙ୍ଗା ପଞ୍ଚାୟତକୁ ଲାଗି ରହିଛି ଏହି ୪ଟି ୱାର୍ଡର ଏହା ଉପରେ କଳିଙ୍ଗାର ଗେଟସାହି, ମାଦିସାହି, ରସେଡିସାହି ଏବଂ ଡୁଗୁଡିପାରିର ୪ଟି ୱାର୍ଡର ଜନସାଧାରଣ ନିର୍ଭରଶୀଳ ଅଟନ୍ତି। ତେଣୁ କିଭଳି ଏହି ରାସ୍ତା ଅବହେଳିତ ହୋଇ ରହିଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଦୀପତଳ ଅନ୍ଧାର ଭଳି ଅବସ୍ଥା ଏହି ଗାଁ ବାସିନ୍ଦାଙ୍କ। କଳିଙ୍ଗା ଦେଇ ପ୍ରତ୍ୟକ ସମୟରେ ପ୍ରଶାସନିକ ଅଧିକାରୀମାନେ ନିୟମିତ ଯାତାୟାତ କରୁଥିବା ବେଳେ ଦୁଗୁଡିପାରି ରାସ୍ତାକୁ ଭୁଲି ଯାଇଛନ୍ତି ନା ଜାଣି ନ ଜାଣିବାର ଅଭିନୟ କରୁଛନ୍ତି। ତୁରନ୍ତ ଏହି ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe