ଘୁ ଉଦୟଗିରି ଏନ୍‌ଏସି ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଏନ୍‌ଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘଙ୍କ ବିରୋଧରେ ଆଜି ଫୁଲବାଣୀ ଠାରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ମାଧ୍ୟମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ପରିଷଦର ୯ ଜଣ ସଭ୍ୟ, ସଭ୍ୟା ଲିଖିତ ଭାବେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଦରଖାସ୍ତ ପ୍ରଦାନ କରିଛନ୍ତିI

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଏନ୍‌ଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘଙ୍କ ବିରୋଧରେ ଆଜି ଫୁଲବାଣୀ ଠାରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ମାଧ୍ୟମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ପରିଷଦର ୯ ଜଣ ସଭ୍ୟ, ସଭ୍ୟା ଲିଖିତ ଭାବେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଦରଖାସ୍ତ ପ୍ରଦାନ କରିଛନ୍ତିI

IMG-20241126-WA0324

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘଙ୍କ ବିରୋଧରେ ଆଜି ଫୁଲବାଣୀ ଠାରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ମାଧ୍ୟମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ପରିଷଦର ୯ ଜଣ ସଭ୍ୟ, ସଭ୍ୟା ଲିଖିତ ଭାବେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଦରଖାସ୍ତ ପ୍ରଦାନ କରିଛନ୍ତିI

ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ଶ୍ରୀ ବାଘ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରଠାରୁ ତାଙ୍କ ମନମୁଖି କାର୍ଯ୍ୟକଳାପ କରି ଆସୁଥିବା ନେଇ ପରିଷଦର ଅଧ୍ୟକ୍ଷା ଏବଂ କାର୍ଯ୍ୟବିର୍ବାହୀ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନ ଥିବା କହିଛନ୍ତି ସଭ୍ୟ ସଭ୍ୟା। ପୂର୍ବତନ ଅଧ୍ୟକ୍ଷା ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଦେହାନ୍ତ ପରଠାରୁ ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କୁ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିଲାI ସେହି ସମୟ ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ତଥା ଅଞ୍ଚଳର ବିକାଶମୂଳକ କାର୍ଯ୍ୟକ୍ରମକୁ ନିଜ ମନମୁତାବକ କାର୍ଯ୍ୟ କରୁଥିବା ନେଇ ସଭ୍ୟ/ସଭ୍ୟାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲାI

ପୂର୍ବତନ ଅଧ୍ୟକ୍ଷା ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଦେହାନ୍ତ ପରଠାରୁ ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କୁ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିଲାI ସେହି ସମୟ ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ତଥା ଅଞ୍ଚଳର ବିକାଶମୂଳକ କାର୍ଯ୍ୟକ୍ରମକୁ ନିଜ ମନମୁତାବକ କାର୍ଯ୍ୟ କରୁଥିବା ନେଇ ସଭ୍ୟ/ସଭ୍ୟାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲାI

ଆଜି ୯ ଜଣ କାଉନସିଲର ଯଥା ସଞ୍ଜୀବ  ପାତ୍ର, ଯାକେଶ ପ୍ରଧାନ, କୁନ୍ତିମା ମଲ୍ଲିକ, ଲକ୍ଷ୍ମୀପ୍ରିୟା ପରିଛା, ଭାରତୀ ବେହେରା, ଲିପିକା ପ୍ରଧାନ, ସଂଗୀତା ନାୟକ, ନିଶାରାଣୀ ନାୟକ ଓ ଦୀପକ କୁମାର ନାୟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ନିମନ୍ତେ ଲିଖିତ ଦରଖାସ୍ତ ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe