ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ, ବିକାଶମୂଳକ କାମରେ ସ୍ବଚ୍ଛତା ଆସିବା ଦରକାର: ବିଧାୟକ

ଅଧିକାରୀ ଅବହେଳା ପ୍ରଦର୍ଶନ କଲେ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ, ବିକାଶମୂଳକ କାମରେ ସ୍ବଚ୍ଛତା ଆସିବା ଦରକାର: ବିଧାୟକ

ବୀରମହାରାଜପୁର: ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ। ଏହା ସହିତ ବିକାଶମୂଳକ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ସହିତ ଏଥିରେ ଯେଉଁ ବିଭାଗର ଅଧିକାରୀ ଅବହେଳା ପ୍ରଦର୍ଶନ କରିବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହରେ ବୁଧବାର ସ୍ଥାନୀୟ ବିଧାୟକ ଇଂଜିନିୟର ରଘୁନାଥ ଜଗଦଲା ଏହା କହିଛନ୍ତି। ବୀରମହାରାଜପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶାନ୍ତି ଲୁହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ଜଗଦଲା ଯୋଗଦେଇ ବ୍ଳକର ଉନ୍ନୟନ କାର୍ଯ୍ୟ, ରାଜସ୍ବ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଖାଦ୍ୟ ଓ ଯୋଗାଣ, ମତ୍ସ୍ୟ ଓ ପଶୁପାଳନ, କୃଷି ଓ ଉଦ୍ୟାନ, ଜଙ୍ଗଲ ବିଭାଗ ସହିତ ଅନ୍ୟ ସମସ୍ତ ବିଭାଗ ଉପରେ ସମୀକ୍ଷା କରିଛନ୍ତି। ଶ୍ରୀ ଜଗଦଲା ବ୍ଳକର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା ସାରିବା ପରେ ଜଟେସିଙ୍ଘା, ବାଗବର ଓ ହିଲୁଙ୍ଗ୍ ପଞ୍ଚାୟତର ଜାରି ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମଧ୍ୟ ସୀମକ୍ଷା କରିଥିଲେ।

ଏହି ସମୀକ୍ଷା ବୈଠକରେ ତହସିଲଦାର ପୁନମ୍ ମହାପାତ୍ର, ବିଡ଼ିଓ ପ୍ରୀୟଦର୍ଶିନୀ ମିର୍ଦ୍ଧା, ଏବିଡିଓ ପୁରୁଷୋତ୍ତମ ଧରୁଆ, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ପାଲୋ, ଜିଲ୍ଲା ବିଜେପି ସଙ୍ଗଠନ ମହାମନ୍ତ୍ରୀ ବେଣୁଧର ଦାସ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ, ଜିଲ୍ଲା ବିଜେପି ଉପସଭାନେତୀ ନଳିନୀ ପଣ୍ଡା, ସୁମନ୍ତ ଜଗଦଲା ପ୍ରମୁଖ ଯୋଗ ଦେଇଥିଲେ।

publive-image

ବୈଠକ ପୂର୍ବରୁ ବିଧାୟକ ଶ୍ରୀ ଜଗଦଲାଙ୍କୁ ବିଭିନ୍ନ ବିଭାଗର ମୁଖ୍ୟମାନେ ଫୁଲତୋଡା ଓ ଉପଢ଼ୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରଥମେ ବିଧାୟକଙ୍କୁ ସ୍ବାଗତ କରିଥିଲେ। ଏହାପରେ ସମସ୍ତେ ନିଜନିଜ ପରିଚୟ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe