ଡାକ୍ତରଖାନାରେ କୋଭିଡ୍‌ ରୋଗୀ ନାହାନ୍ତି: ସ୍ବାସ୍ଥ୍ୟ ବିଭାଗ

ଦୈନିକ କରୋନା ସଂକ୍ରମଣ ହଜାରେ ଟପିଲା

news18

ଭୁବନେଶ୍ବର: ବିଶ୍ବରେ ଗତ କିଛିଦିନ ହେବ କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି। ଗତ ସପ୍ତାହରେ ଦେଶରେ ଦୈନିକ ସଂକ୍ରମଣ ୨ଶହ ଭିତରେ ରହିଛି। ରାଜ୍ୟରେ ନଭେମ୍ବର ମାସଠାରୁ ଏହି ସଂଖ୍ୟା ୧୨ତ‌ଳେ ରହିଆସିଛି। ତେବେ ରାଜ୍ୟର କୌଣସି ଡାକ୍ତରଖାନାରେ କୌଣସି କୋଭିଡ୍ ରୋଗୀ ନ ଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର। ଡା.ମିଶ୍ର କହିଛନ୍ତି, ନୂଆ ପ୍ରଜାତିକୁ ନେଇ ସଂକ୍ରମଣ ବଢ଼ିବ ବୋଲି ଯେଉଁ ଚର୍ଚ୍ଚା ହେଉଛି ବର୍ତମାନସୁଦ୍ଧା ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ। ଭାରତରେ ଗତ କିଛିଦିନ ତଳେ ବିଏଫ୍‌.୭ ଓ ଏକ୍ସବିବି୧.୫ ପ୍ରଜାତି ଚିହ୍ନଟ ହୋଇଥିଲେ ଓ ଚିହ୍ନଟ ହୋଇଥିବା ସ୍ଥାନରେ ବି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହେଉନାହିଁ। ତେବେ ସମ୍ଭାବ୍ୟ ପରିସ୍ଥିତି ଉପରେ ରାଜ୍ୟ ସରକାର ତୀକ୍ଷ୍‌ଣ ନଜର ରଖିଛନ୍ତି। ବର୍ତ୍ତମାନ ଯଦିଓ ପ୍ରିକସନ୍ ଡୋଜ୍ ସରକାରୀ ଭାବେ ବନ୍ଦ ରହିଛି, ହେଲେ ୧୨ଟି ଘରୋଇ ହସ୍ପିଟାଲରେ ଏହା ଦିଆଯାଉଛି। କୋଭିଡ ନିୟମାବଳୀ ପାଳନ କରିବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି। ଏହାକୁ ବାଧ୍ୟ ବାଧକତା କରାଯାଇନାହିଁ। ଗୁଜବ ଉପରେ ବିଶ୍ବାସ ନ କରି ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe