ବାତ୍ୟା ସୂଚନା ନାହିଁ: ଆଇଏମ୍‌ଡି

Advertisment
୭ରେ ଲଘୁଚାପ, ୮ରେ ନେବ ବାତ୍ୟା ରୂପ

ଭୁବନେଶ୍ବର : ଦକ୍ଷିଣ ବଙ୍ଗୋପସାଗରର ମଧ୍ୟ ଭାଗରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଦିନ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୧୭ ତାରିଖ ଦିନ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଥିବାରୁ ବର୍ଷା ଆଶଙ୍କା ରହିଛି। ଏହା ପ୍ରଭାବରେ ୨୨ରୁ ୨୩ ମଧ୍ୟରେ ବାତ୍ୟା ଆଶଙ୍କା କରିଛି ଆମେରିକାର ଟ୍ରିଡ୍‌ବିଟ୍‌ସ୍‌.କମ୍‌।

ସଂସ୍ଥାର ଆକଳନ ଅନୁସାରେ ଆଣ୍ଡାମାନ ପୂର୍ବ ଉପକୂଳରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଯେଉଁଥିରେ ଓଡ଼ିଶା ପ୍ରଭାବିତ ହେବ। କିନ୍ତୁ ଏ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କିଛି ସ୍ପଷ୍ଟ କରିନାହିଁ। ଲଘୁଚାପ କେତେଦୂର ଘନୀଭୂତ ହେବ? କେଉଁ ଦିଗକୁ ଗତି କରିବ? କେତେ ଶକ୍ତିଶାଳୀ ହେବ ସେ ନେଇ ସପ୍ତାହେ ପରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe