‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ସ୍ଲୋଗାନ୍ ଉପହାସ: ପାନୀୟ ଜଳ ଏବଂ ବିଦ୍ୟୁତ ନଥିବା ଗ୍ରାମ କୁମ୍ଭାରସାହି

Advertisment
‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ସ୍ଲୋଗାନ୍ ଉପହାସ: ପାନୀୟ ଜଳ ଏବଂ ବିଦ୍ୟୁତ ନଥିବା ଗ୍ରାମ କୁମ୍ଭାରସାହି

ଝରିଗାଁ: ରାଜ୍ୟ ସରକାର ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ଶ୍ଲେଗାନ ଦେଉଛନ୍ତି। ସବୁ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଥିବା କଥା କହୁଛନ୍ତି। କିନ୍ତୁ ବାସ୍ତବ ଚିତ୍ର ଦୁର୍ଗମ ଅଞ୍ଚଳରେ ଓଲଟା। ଉପାନ୍ତ ଅଞ୍ଚଳର ଲୋକଙ୍କ ପାଇଁ ସରକାରଙ୍କ ଶ୍ଲୋଗାନ ଉପହାସ ଭଳି ଲାଗୁଛି। ଟ୍ୟାପ୍‌ରୁ ପାଣି ମିଳିବା ବଡ଼ କଥା। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଏଯାବତ ପ୍ରଶାସନ ପକ୍ଷରୁ କିଛି ଗ୍ରାମରେ ନଳକୂପ ଖନନ ହୋଇନଥିବା ଯୋଗୁଁ ଲୋକେ ପାନୀୟ ଜଳ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ଉପାନ୍ତ ଗ୍ରାମ ଝରିଗାଁ ବ୍ଲକ ପାଲିଆ ପଂଚୟତ ଅନ୍ତର୍ଗତ କୁମ୍ଭାରସାହି।

publive-image

ବେଲଝରି ଗ୍ରାମର କୁମ୍ଭାରସାହିରେ ଦୀର୍ଘ ବର୍ଷ ତଳେ ରାମସା ଗ୍ରାମରେ ବସବାସ କରୁଥିବା କିଛି କୁମ୍ଭାର ପରିବାର ପ୍ରଥମେ ବସତି ସ୍ଥାପନ କରିଥିଲେ। ପରେ ଏହି ଗ୍ରାମକୁ କୁମ୍ଭାରସାହି ବୋଲି ନାମ ରଖିଥିଲେ। ବର୍ତ୍ତମାନ ଏହି ଗ୍ରାମରେ ୧୦ ପରିବାର ବସବାସ କରୁଛନ୍ତି। ତେବେ ଏହି ଗ୍ରାମକୁ ଯିବା ପାଇଁ ପକ୍କା ରାସ୍ତା ଟିଏ ପ୍ରଶାସନ ପକ୍ଷରୁ ହୋଇପାରି ନାହିଁ। ଫଳରେ ବର୍ଷା ଦିନରେ ଯାତାୟତ ସମୟରେ ଗ୍ରାମବାସୀ ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସେହିପରି ଗ୍ରାମବାସୀଙ୍କ ବହୁବାର ଦାବି ପରେ ପ୍ରଶାସନ ପକ୍ଷରୁ ଗତ ତିନି ବର୍ଷ ତଳେ କୁମ୍ଭାରସାହିରେ ନୂତନ ନଳକୂପ ଖନନ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା। ତେବେ ନୂତନ ନଳକୂପ ଖନନ ବେଳେ କେବଳ ପଥର ବାହାରିବା ଯୋଗୁଁ ଗାଡ଼ି ଫେରି ଯାଇଥିଲା। ସେହିଦିନ ଠାରୁ ଆଉ ନୂତନ ନଳକୂପ ଖନନ ହୋଇନାହିଁ କି ଏହାର ବିକଳ୍ପ ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ଗ୍ରାମବାସୀ ଗ୍ରାମ ଠାରୁ ପ୍ରାୟ ଦୁଇ ଶହ ମିଟର ଦୂରରେ ଥିବା ଏକ ଖାଲୁଆ ଜମିରେ ଗାତ ଖୋଳି ଗ୍ରାମର ଲୋକେ ସେହି ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି। ଫଳରେ ଗ୍ରାମବାସୀ ବିଭିନ୍ନ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।

publive-image

ଏହି ଗ୍ରାମରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନାହିଁ। ଫଳରେ ଗ୍ରାମବାସୀ ଅନ୍ଧାରରେ ଜୀବନ କାଟୁଛନ୍ତି। ଲୋକେ ସନ୍ଧ୍ୟା ହେଲେ କବାଟ-ଝରକା ବନ୍ଦ କରିଦିଅନ୍ତି। ଜଙ୍ଗଲ ଘେରରେ ଏହି ଗ୍ରାମ ରହିଥିବା ବେଳେ ସନ୍ଧ୍ୟା ହେଲେ ଜଙ୍ଗଲ ଜନ୍ତୁ ଏବଂ ସରୀସୃପମାନଙ୍କ ଭୟ ରହିଥାଏ। ପଢ଼ା ପିଲାମାନଙ୍କ ସହ ଗ୍ରାମବାସୀ ଡିବିରି ଆଲୁଅ ଉପରେ ନିର୍ଭର କରୁଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେଇ ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe