ବଢ଼ିଲା ତାତି: ଜାତୀୟ ରାଜପଥକଡ଼ରେ ଥିବା କଳିଙ୍ଗା ପଞ୍ଚାୟତରେ ଖୋଲିନି ଜଳଛତ୍ର

ବଢ଼ିଲା ତାତି: ଜାତୀୟ ରାଜପଥକଡ଼ରେ ଥିବା କଳିଙ୍ଗା ପଞ୍ଚାୟତରେ ଖୋଲିନି ଜଳଛତ୍ର

Representational image

ଘୁ.ଉଦୟଗିରି: ଗତ ତିନି ଦିନ ହେଲା ଲଗାତାର ସ୍ଥାନୀୟ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଥିବା ବେଳେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଜଳଛତ୍ର ଟିଏ ଖୋଲା ଯାଇପାରିନି। ଜାତୀୟ ରାଜପଥକଡ଼ରେ କଳିଙ୍ଗା ପଞ୍ଚାୟତ ପ୍ରତ୍ୟକ ଦିନ ଶହଶହ ଯାତ୍ରୀ କଳିଙ୍ଗା ଛକରେ ରହିଥାନ୍ତି।ଗାଡ଼ିକୁ ଅପେକ୍ଷା କରିଥାନ୍ତି। ହେଲେ ପିଇବା ନିମନ୍ତେ ପାଣିର ବ୍ୟବସ୍ଥା ନ କରିବା ପରିତାପର ବିଷୟ।

ଗ୍ରୀଷ୍ମଋତୁ ଆରମ୍ଭରୁ ପ୍ରତ୍ୟକ ପଞ୍ଚାୟତ ରେ ଏବଂ ପ୍ରତ୍ୟକ ଗାଁରେ ଜଳଛତ୍ର ବ୍ୟବସ୍ଥା ପାଇଁ ନିୟମ ରହିଥିଲେ ମଧ୍ୟ ଚଳିତ ବର୍ଷ ନିର୍ବାଚନ ଋତୁ ଚାଲିଥିବା ଯୋଗୁଁ ଜଳଛତ୍ର କହିବାକୁ ପ୍ରଶାସନ ଭୁଲିଯାଇଛନ୍ତି। ଏପ୍ରିଲ ୧ତାରିଖ ଠାରୁ ପ୍ରତ୍ୟକ ଜନ ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଜଳଛତ୍ର ଖୋଲିବା ନିମନ୍ତେ ଲିଖିତ ନିର୍ଦେଶନାମା ଜାରି କରିବା ସତ୍ତ୍ୱେ କଳିଙ୍ଗା ପଞ୍ଚାୟତରେ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ ହୋଇଛି। କଳିଙ୍ଗା ହେଉଛି କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ସ୍ଥାନ। ଗଞ୍ଜାମ କନ୍ଧମାଳ ସୀମାରେ ଅବସ୍ଥିତ। ଏହା ଏକ ପର୍ଯ୍ୟଟନ ସ୍ଥାନ ମଧ୍ୟ। ଏହିଭଳି ଏକ ଗୁରତ୍ୱପୂର୍ଣ ସ୍ଥାନରେ ପ୍ରଚଣ୍ଡ ଖରା ସତ୍ତ୍ୱେ ଜଳଛତ୍ର ନ ଖୋଲିବା ଦାୟିତ୍ୱହୀନତାର ପରିଚୟ ଦେଉଛି।ତୁରନ୍ତ ଜଳଛତ୍ର ଖୋଲିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe