ଭୁବନେଶ୍ବରରେ ଫୁଟ୍‌ପାଥ ଏବଂ ଡ୍ରେନ୍‌ ଉପରେ ଖାଦ୍ୟ ଦୋକାନ ରହିବ ନାହିଁ: ବିଏମ୍‌ସି

Advertisment
ଭୁବନେଶ୍ବରରେ ଫୁଟ୍‌ପାଥ ଏବଂ ଡ୍ରେନ୍‌ ଉପରେ ଖାଦ୍ୟ ଦୋକାନ ରହିବ ନାହିଁ: ବିଏମ୍‌ସି

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ରାସ୍ତାକଡ଼ରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀମାନଙ୍କ ପାଇଁ ଚେତାବନୀ ଆସିଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆଜି ଏକ ଆଦେଶନାମା ଜାରି ହୋଇଛି। ଭୁବନେଶ୍ବରରେ ରାସ୍ତାକଡ଼ରେ ବହୁସଂଖ୍ୟାରେ ଖାଦ୍ୟ ଦୋକାନଗୁଡ଼ିକ ଖୋଲାଯାଇଛି, ଯେଉଁଥି ପାଇଁ ଟ୍ରାଫିକ ସମସ୍ୟା ଦେଖାଯାଉଛି। ରାସ୍ତାକଡ଼ର ଖାଦ୍ୟ ଦେକାନୀଙ୍କ ଗ୍ରାହକମାନେ ରାସ୍ତାରେ ସେମାନଙ୍କର ଗାଡ଼ି ରଖିବା ଦ୍ବାରା ସର୍ବସାଧାରଣଙ୍କ ଯାତାୟତରେ ବ୍ୟାପକ ଅସୁବିଧା ହେଉଛି। ସେହିପରି ଗ୍ରାହକମାନେ ଖାଇସାରିବା ପରେ ସେମାନଙ୍କ ଖାଇବା ପ୍ଲେଟ ରାସ୍ତାରେ ଫିଙ୍ଗିବା ଦ୍ବାରା ଆବର୍ଜନା ଦେଖାଯାଉଛି। ତେଣୁ ବିଏମ୍‌ସି ପକ୍ଷରୁ ଖାଦ୍ୟ ଦୋକାନୀ ଓ ସେମାନଙ୍କର ସଂଗଠନ ପାଇଁ ଗାଇଡଲାଇନ୍‌ ଜାରି କରିଛି।

ଆଦେଶାନୁସାରେ ରାସ୍ତାଉପରେ, ଫୁଟ୍‌ପାଥ ଏବଂ ଡ୍ରେନ୍‌ ଉପରେ ଖାଦ୍ୟ ଦୋକାନ ରହିବ ନାହିଁ। ଗ୍ରାହକଙ୍କ ଗାଡ଼ି ରଖିବା ପାଇଁ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନ ଥିବାସ୍ଥାନରେ ଖାଦ୍ୟ ଦୋକାନୀ ବିକି ପାରିବେ ନାହିଁ। ଏଭଳି କ୍ଷେତ୍ରରେ ସେମାନେ ପାର୍ସଲ ଦେଇପାରିବେ। ଅଥବା ଅନ୍‌ଲାଇନ୍‌ ଡେଲିଭରି କରିପାରିବେ।

ବିଏମ୍‌ସିର ଗାଇଡଲାଇନ୍‌ ଅନୁସାରେ ରାସ୍ତାକଡ଼ରେ ଖାଦ୍ୟ ଦୋକାନ ପରିଚାଳନା ପାଇଁ ଖାଦ୍ୟ ଦୋକାନୀଙ୍କୁ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବାକୁ ହେବ ଏବଂ ପାର୍କିଂ ସ୍ଥାନ ଥିବା ଦରକାର। ସେହିଭଳି ଖାଦ୍ୟ ଦୋକାନରେ କାମ କରୁଥିବା ବ୍ୟକ୍ତି ପରିଷ୍କାର ପୋଷାକ ପିନ୍ଧିବା (ମୁଣ୍ଡ ଟୋପି, ସଫା ଆପ୍ରନ, ହ୍ୟାଣ୍ଡ ଗ୍ଲୋଭ୍‌ସ ଏବଂ ଫେସ୍‌ ମାସ୍କ) ଆବଶ୍ୟକ। ମୋଟାମୋଟି ଭାବେ ଦୋକାନୀମାନେ ସୁସ୍ଥ ପରିବେଶରେ ଖାଦ୍ୟ ପରଷିବା ଦରକାର। ଏଥି ସହିତ ଖାଦ୍ୟ ଦୋକାନୀ ଖାଦ୍ୟ ସୁରକ୍ଷା ନିୟମକୁ ପାଳନ କରିବେ। ନୋ ଭେଣ୍ଡିଂ ଜୋନ୍‌ରେ ଖାଦ୍ୟ ଦେକାନ ରହିପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe