ଓଡ଼ିଶା ଉପରେ ସାମୁଦ୍ରିକ ବାତ୍ୟାର ସିଧା ପ୍ରଭାବ ପଡ଼ିବା ସମ୍ଭାବନା ନାହିଁ, ବଡ଼ ବର୍ଷା ହେବାର ଆଶଙ୍କା ବି କମ୍

ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାରେ କୌଣସି ବିପଦ ନାହିଁ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି। ତେବେ, ସାମୁଦ୍ରିକ ବାତ୍ୟାଟି ବାଂଲାଦେଶ ତଟରେ ଉପକୂଳ ଅତିକ୍ରମ କରିବାକୁ ଥିବାରୁ ସିଧାସଳଖ ପ୍ରଭାବ ଓଡିଶା ଉପରେ ପଡ଼ିବାର ନାହିଁ କିମ୍ବା ରାଜ୍ୟରେ ବଡ ବର୍ଷାର ଭୟ ମଧ୍ୟ ନାହିଁ।.

କେବଳ ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ବର୍ଷା ନେଇ ପାଣିପାଗ ବିଭାଗ ୟଲୋୱାର୍ଣ୍ଣିଂ ଜାରି କରିଛି। ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ଜିଲ୍ଲାରେ ୭ରୁ ୧୧ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି।

ସେପଟେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଗଭୀର ଅବପାତ ରୂପରେ ରହିଥିବା ବେଳେ ଆସନ୍ତାକାଲି (ଶୁକ୍ରବାର) ବାତ୍ୟାର ରୂପ ନେବ। ଏହାର ସିଧାସଳଖ ପ୍ରଭାବ ଓଡିଶା ଉପରେ ନରହିଲେ ମଧ୍ୟ ଏହା ପ୍ରଭାବରେ ରାଜ୍ୟରେ ପବନର ବେଗ ଅଧିକ ରହିବ। ଉପକୂଳ ଓଡିଶାରେ ପନର ବେଗ ଘଣ୍ଟାକୁ ୪୫ ରୁ ୫୫ କିମି ରହିବ। ଆଜି (ଗୁରୁବାର) ଏବଂ ଶୁକ୍ରବାର ପବନର ବେଗ ଅଧିକ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

ଏହାସହ ପୁରୀ, ଜଗସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଏବଂ କଟକରେ ଆଜି (ଗୁରୁବାର) ଏବଂ ଆସନ୍ତାକାଲି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେପଟେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ୧୫ରୁ ୧୭ ପର୍ଯ୍ୟନ୍ତ ଯିବା ପାଇଁ ବାରଣ କରାଯାଇଛି। ତେବେ ୧୯ ପରେ ପୁଣି ବଢିବ ବର୍ଷାର ପରିମାଣ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe