ରାଜଧାନୀର କୋଭିଡ୍‌ ହସ୍ପିଟାଲରେ ସବୁ ଆଇସିୟୁ ଭର୍ତ୍ତି, ନୂଆ ରୋଗୀଙ୍କୁ ଆଇସିୟୁ ଶଯ୍ୟା ମିଳିବା ନେଇ ଅନିଶ୍ଚିତତା

Advertisment

ବଢ଼ିବ ଆଉ ୧୪୪୧ କୋଭିଡ୍‌ ଶଯ୍ୟା

ବଢ଼ିବ ଆଉ ୧୪୪୧ କୋଭିଡ୍‌ ଶଯ୍ୟା

ରାଜଧାନୀର କୋଭିଡ୍‌ ହସ୍ପିଟାଲରେ ସବୁ ଆଇସିୟୁ ଭର୍ତ୍ତି, ନୂଆ ରୋଗୀଙ୍କୁ ଆଇସିୟୁ ଶଯ୍ୟା ମିଳିବା ନେଇ ଅନିଶ୍ଚିତତା

Times of India

ଭୁବନେଶ୍ବର : ରାଜ୍ୟ‌ରେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ପ୍ରାୟ ୧୫୦ କରୋନା ‌ରୋଗୀ ଆଇସିୟୁ‌ରେ ଭର୍ତି ହୋଇଛନ୍ତି। ତେଣୁ ଏବେ ଅନ୍ୟ କୌଣସି କରୋନା ରୋଗୀ ଗୁରୁତର ହୋଇ ପଡ଼ିଲେ, ତାଙ୍କ ପାଇଁ ଆଇସିୟୁ ଶଯ୍ୟା ମିଳିବା ନେଇ ଅନିଶ୍ଚିତତା ସୃଷ୍ଟି ‌‌ହୋଇଛି। ତେବେ କେତେ ଜଣ କରୋନା ରୋଗୀ ଭେଣ୍ଟିଲେଟରରେ ଅଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ।

ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଥିବା ବେଳେ ଗୁରୁତର ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ପରିସ୍ଥିତି ଏପରି ହୋଇଛି ଯେ ରାଜଧାନୀରେ ଥିବା ୨ଟି କୋଭିଡ୍‌ ହସ୍ପିଟାଲରେ ସମସ୍ତ ଆଇସିୟୁ ଶଯ୍ୟା ଭର୍ତି ହୋଇଯାଇଛି। ସେହିପରି କଟକରେ ଥିବା କୋଭିଡ୍‌ ହସ୍ପିଟାଲର ମଧ୍ୟ ପ୍ରାୟ ଆଇସିୟୁ ଶଯ୍ୟା ଭର୍ତି ହେବା ଉପରେ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କଟକ ଜିଲ୍ଲା‌ରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବାରୁ ଅନେକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ୁଛି।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏବେ ୩୫ଟି କୋଭିଡ୍‌ ହସ୍ପିଟାଲ ଥିବା ବେଳେ ୫୫୭୭ ଶଯ୍ୟା ରହିଛି। ଏଥିରେ ସମୁଦାୟ ୩୧୨ଟି ଆଇସିୟୁ ଶଯ୍ୟା ରହିଛି। ରୋଗୀଙ୍କ ସଂଖ୍ୟାରେ ହେଉଥିବା ବୃଦ୍ଧିକୁ ନଜରରେ ରଖି ଅଧିକ ୧୪୪୧ ଶଯ୍ୟା ବଢ଼ାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି।

publive-image Sentinel Assam

ବଢ଼ିବ ଆଉ ୧୪୪୧ କୋଭିଡ୍‌ ଶଯ୍ୟା
ଭୁବନେଶ୍ବର : ରାଜ୍ୟରେ ଏବେ କ‌‌ରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ତେଣୁ ଆଗାମୀ ଦିନରେ ରୋଗୀଙ୍କ ପାଇଁ ଶଯ୍ୟାର ଅଭାବ ଦେଖା ଦେବାର ଆଶଙ୍କା କରି ରାଜ୍ୟ ସରକାର ଆଜି ଅତିରିକ୍ତ ୧୪୪୧ ଶଯ୍ୟା ପ୍ରସ୍ତୁତ ପାଇଁ ଅନୁମତି ଦେଇଛନ୍ତି। ହାଇଟେକ୍ ହସ୍ପିଟାଲରେ ଅତିରିକ୍ତ ୫ଶହ କୋଭିଡ୍‌ କେୟାର ସେଣ୍ଟର (ସିସିସି), ସମ୍ ହସ୍ପିଟାଲ ଓ ମେଡିକାଲ ପାଇଁ ୫ଶହ ଶଯ୍ୟା ଏବଂ ଜଟଣୀ ଓ ଜାମୁଝରୀରେ ୩ଶହ ଶଯ୍ୟା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ଏହାବାଦ୍ ନୀଳାଚଳ ଡିଏଚ୍‌ସି ପାଇଁ ୧୨୬ ଶଯ୍ୟା ସହିତ ୧୫ ଆଇସିୟୁ ପାଇଁ ଅନମୁତି ଦିଆଯାଇଛି।

ରାଜ୍ୟରେ ଏବେ ୩୫ଟି କୋଭିଡ୍‌ ହସ୍ପିଟାଲ ଥିବା ବେଳେ ଏଥିରେ ୫୫୭୭ ଶଯ୍ୟା ରହିଛି। ତେବେ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୬କୁ ବୃଦ୍ଧି ପାଇଥିବା ବେଳେ ୪୦୮୭ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି। ଯଦି ଏହିଭଳି ଭାବେ ସଂଖ୍ୟା ବଢ଼ି ଚାଲିବ ତା’ହାଲେ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟାର ଅଭାବ ଦେଖାଦେବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ଅତିରିକ୍ତ ଶଯ୍ୟାକୁ ଅନୁମତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe