ଛତ୍ରପୁର : ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ୩୦ ତାରିଖ ପର୍ଯ୍ୟନ୍ତ ବାତିଲ୍ କରିଛନ୍ତି। ୧୭ରୁ ୩୦ ତାରିଖ ପର୍ଯ୍ୟନ୍ତ କୌଣସି କର୍ମଚାରୀ ନିଜ ସଦରମହକୁମା ଛାଡ଼ି ଯାଇପାରିବେ ନାହିଁ। ନିହାତି ଛୁଟିର ଆବଶ୍ୟକ ଥିଲେ ଜିଲ୍ଲାପାଳଙ୍କ ଅନୁମତି ନିଆଯାଇପାରିବ। ଏହାପରେ ସେମାନେ ଛୁଟିରେ ଯାଇପାରିବେ ବୋଲି ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଗଞ୍ଜାମ ଜିଲ୍ଲା ସରକାରୀ କର୍ମଚାରୀଙ୍କ ଛୁଟି ୩୦ ଯାଏ ବାତିଲ
Advertisment
Follow Us