ଦଶହରାରେ ସର୍ବସାଧାରଣ ରାସ୍ତାରେ ନିର୍ମାଣ ହେବନି ମଣ୍ଡପ କି ତୋରଣ

Advertisment

କଟକ ସହରରେ ଦଶହରା ବେଳେ ସର୍ବସାଧାରଣ ରାସ୍ତାରେ ବେଆଇନ୍‌ ମଣ୍ଡପ ଓ ତୋରଣ ନିର୍ମାଣକୁ ହାଇକୋର୍ଟ ବାରଣ କରିଛନ୍ତି। ଏଥି ସହିତ ପୂଜା ସମୟରେ ଶବ୍ଦ ପ୍ରଦୂଷଣ ଯେପରି ନ ହେବ ତାହା ସୁନିଶ୍ଚିତ କରିବା ପାଇଁ ହାଇକୋର୍ଟ କହିଛନ୍ତି।

କଟକ ସହରରେ ଦଶହରା ବେଳେ ସର୍ବସାଧାରଣ ରାସ୍ତାରେ ବେଆଇନ୍‌ ମଣ୍ଡପ ଓ ତୋରଣ ନିର୍ମାଣକୁ ହାଇକୋର୍ଟ ବାରଣ କରିଛନ୍ତି। ଏଥି ସହିତ ପୂଜା ସମୟରେ ଶବ୍ଦ ପ୍ରଦୂଷଣ ଯେପରି ନ ହେବ ତାହା ସୁନିଶ୍ଚିତ କରିବା ପାଇଁ ହାଇକୋର୍ଟ କହିଛନ୍ତି।

fdfhfhth

କଟକ: କଟକ ସହରରେ ଦଶହରା ବେଳେ ସର୍ବସାଧାରଣ ରାସ୍ତାରେ ବେଆଇନ୍‌ ମଣ୍ଡପ ଓ ତୋରଣ ନିର୍ମାଣକୁ ହାଇକୋର୍ଟ ବାରଣ କରିଛନ୍ତି। ଏଥି ସହିତ ପୂଜା ସମୟରେ ଶବ୍ଦ ପ୍ରଦୂଷଣ ଯେପରି ନ ହେବ ତାହା ସୁନିଶ୍ଚିତ କରିବା ପାଇଁ ହାଇକୋର୍ଟ କହିଛନ୍ତି।
ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ୍‌ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ସମୟରେ ଆଇନଜୀବୀମାନେ ଦର୍ଶାଇଥିଲେ ଯେ କଟକ ସହରର ସର୍ବସାଧାରଣ ରାସ୍ତା ଉପରେ କେତେକ ପୂଜା ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥି ସହିତ ରାସ୍ତାରେ ବଡ଼ ବଡ଼ ତୋରଣ ନିର୍ମାଣ କରାଯାଉଛି। ବଡ଼ ବଡ଼ ତୋରଣର ମୂଳ ଢାଞ୍ଚା ସଂପୂର୍ଣ୍ଣ ଭାବେ ରାସ୍ତାକଡ଼ରେ ରହୁନାହିଁ। ରାସ୍ତାପାର୍ଶ୍ବରୁ କିଛି ଦୂରରେ ବାଉଁଶ ପୋତି ତୋରଣର ମୂଳ ଢାଞ୍ଚା ନିର୍ମାଣ କରାଯାଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ରାସ୍ତା ଉପରେ ନିର୍ମାଣ କରାଯାଉଥିବା ଏପରି ମଣ୍ଡପ ଓ ତୋରଣ ପାଇଁ ଅନେକ ସମୟରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଏଥି ସହିତ ବଡ଼ ବଡ଼ ତୋରଣ ଅତୀତରେ ଭାଙ୍ଗିଯିବା ଦ୍ବାରା ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ନିକଟରେ ମୁମ୍ବାଇରେ ତୋରଣ ଭାଙ୍ଗି ଘଟିଥିବା ଦୁର୍ଘଟଣା ପ୍ରସଙ୍ଗରେ ମଧ୍ୟ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଦର୍ଶାଇଥିଲେ। ସର୍ବସାଧାରଣ ରାସ୍ତାରେ ଏପରି ବେଆଇନ ନିର୍ମାଣ ଉପରେ ରୋକ୍‌ ଲଗାଇବା ପାଇଁ ଏକ ଟିମ୍ ପଠାଯିବ। ଏହି ଟିମ୍ ସ୍ଥିତି ଅନୁଧ୍ୟାନ କରିବ। ଆବଶ୍ୟକସ୍ଥଳେ ସଂପୃକ୍ତ ପୂଜା ମଣ୍ଡପର ଲାଇସେନ୍ସ ବାତିଲ କରାଯିବ ବୋଲି ଜିଲ୍ଲାପାଳ ଦର୍ଶାଇଥିଲେ।

କଟକ ଡିସିପି ଦର୍ଶାଇଥିଲେ ଯେ ପୂଜା ଋତୁରେ ଅଧିକ ଶବ୍ଦ କରୁଥିବା ସଂଗୀତ ନ ବଜାଇବା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ 
ଓ ଭସାଣିରେ ମଧ୍ୟ ଶବ୍ଦ ପ୍ରଦୂଷଣ ନ କରିବା ପାଇଁ ଜନସଚେତନତା ସୃଷ୍ଟି ଲାଗି ସବୁ ଥାନା ଆଇଆଇସିଙ୍କୁ କୁହାଯାଇଛି। ସହକାରୀ ଅଗ୍ନିଶମ ଅଧିକାରୀ ସତ୍ୟପାଠ ମାଧ୍ୟମରେ ଦର୍ଶାଇଥିଲେ ଯେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରସଙ୍ଗ ପରିଚାଳନା ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ସବୁ ପୂଜା ମଣ୍ଡପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ମଧ୍ୟ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସର୍ବସାଧାରଣ ରାସ୍ତାରେ ଯେପରି ବେଆଇନ୍‌ ଭାବେ ମଣ୍ଡପ ଓ ତୋରଣ ନିର୍ମାଣ କରାନଯିବ ତାହା ସୁନିଶ୍ଚିତ କରିବାକୁ ହାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ଉପରୁ ତାର ଓ ଅନ୍ୟାନ୍ୟ କେବୁଲ୍‌ ହଟାଯିବ। ଜନସାଧାରଣ ଯେପରି ସୁରକ୍ଷିତ ଭାବେ ପୂଜା ଉପଭୋଗ କରି ପାର‌ିବେ ତାହା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ବିଜୟ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe