ଏଥର ସ୍ୱାଧୀନତା ଦିବସରେ ସମ୍ମିଳିତ ପରେଡ୍ ହେବନି

କୋଭିଡ୍ କଟକଣା ସହ ସ୍ୱାଧୀନତା ଦିବସ ପାଳନ ନିଷ୍ପତ୍ତି

ହର ଘର ତ୍ରିରଙ୍ଗା: ଡାକଘରେ ମିଳିବ ଜାତୀୟ ପତାକା

India TV News

କେବଳ ତିନି ପୁଲିସ ବାହିନୀର ଟ୍ରୁପ୍ ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ
ଟିଭିରେ ସିଧାପ୍ରସାରଣ ଦେଖିବେ ରାଜ୍ୟବାସୀ

ଭୁବନେଶ୍ୱର : ଚଳିତ ବର୍ଷ ଭୁବନେଶ୍ୱର ୩ ନମ୍ବର ସ୍ଥିତ ପ୍ରଦର୍ଶନୀ ପଡିଆରେ ସ୍ୱାଧୀନତା ଦିବସ ପାଳନ କରାଯିବ। କରୋନା କଟକଣା ଦୃଷ୍ଟିରୁ ପୂର୍ବ ବର୍ଷମାନଙ୍କ ପରି ପରେଡ୍ ପ୍ରଦର୍ଶନୀ ଅନୁଷ୍ଠିତ ହେବନାହିଁ। ପୁଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଂଗୀତ ପରିବେଷଣ କରିବେ। ବ୍ୟାଣ୍ଡ ପାର୍ଟି ସହ ୩ଟି ପୁଲିସ ବାହିନୀର ଟ୍ରୁପ୍ ମାନେ ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ। କୋଭିଡ୍-୧୯ କଟକଣା ଅନୁପାଳନ ସହ ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ଦିବସ ପାଳନ କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।

ରାଜ୍ୟ ଲୋକସେବା ଭବନ ସଭାଗୃହଠାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ସଚିବ କହିଥିଲେ ଯେ ଓଡ଼ିଶା କୋଭିଡ୍-୧୯ ପରି ଏକ ଅଭୁତପୂର୍ବ ବିପର୍ଯ୍ୟୟ ବିରୋଧରେ ଲଢ଼େଇ କରୁଛି। ଜନସ୍ୱାସ୍ଥ୍ୟ ଉପରେ କରୋନାର ପ୍ରଭାବକୁ ସର୍ବନିମ୍ନ କରିବା ନିମନ୍ତେ ସ୍ୱତନ୍ତ୍ର ନିୟମ ଓ କଟକଣାମାନ ଜାରି କରାଯାଇଛି। ସ୍ୱାଧୀନତା ଦିବସ ଏକ ଗୌରବମୟ ଜାତୀୟ ଦିବସ ହୋଇଥିବାରୁ ଏହି କଟକଣା ମଧ୍ୟରେ ଏହାର ପାଳନ ପାଇଁ ବୈଠକରେ ସ୍ଥିର ହୋଇଥିଲା। ପ୍ରସ୍ତୁତି ଓ ପାଳନ ସମୟରେ ଯଥା ସମ୍ଭବ ସାମାଜିକ ଦୂରତା ଓ ସ୍ୱଚ୍ଛତାର ନିୟମ ଅନୁପାଳନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।

କୋଭିଡ୍ ଯୋଦ୍ଧାମାନଙ୍କ ସହ ସୀମିତ ସଂଖ୍ୟକ ଲୋକଙ୍କୁ ସାମିଲ କରି ଏହି ଦିବସ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଦିବସ ପାଳନର ଲାଇଭ୍ ଚିତ୍ର କମନଫିଡ୍ ମାଧ୍ୟମରେ ସମସ୍ତ ଗଣମାଧ୍ୟମଙ୍କୁ ଦିଆଯିବ, ଯେମିତିକି ଜନସାଧାରଣ ନିଜ ନିଜ ଘରେ ଟିଭି ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମ ଦେଖି ପାରିବେ।

publive-image Odisha Bytes

ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଶାସନ ସଚିବ ସଂଜୟ କୁମାର ସିଂହ ସ୍ୱାଧୀନତା ଦିବସ ପାଳନର ବିଭିନ୍ନ ଦିଗ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ଗୃହ ଏବଂ ସୂଚନା ଲୋକ ସଂପର୍କ ବିଭାଗଙ୍କ ସହ ସମନ୍ବୟ ରଖି ମଞ୍ଚ ନିର୍ମାଣ ବ୍ୟାରିେକଡିଂ, ପାନୀୟ ଜଳ ଯୋଗାଣ, ପରିମଳ, ଆଇନ୍ ଶୃଙ୍ଖଳା, ଆଶୁ ଚିକିତ୍ସା, ଅତିଥି ବସିବା ସ୍ଥାନ ଓ ଆନୁଷଙ୍ଗିକ ବ୍ୟବସ୍ଥା ଆଦି ନିଶ୍ଚିତ କରାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପୁଲିସ ମହା ନିର୍ଦ୍ଦେଶକ ଅଭୟ, ପୂର୍ତ୍ତ ସଚିବ ଡାକ୍ତର କ୍ରିଷନ କୁମାର, ପୁଲିସ କମିସନର ସୁଧାଂଶୁ ଷଢ଼ଙ୍ଗୀ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe