The New Dawn Liberia
ଭୁବନେଶ୍ୱର : ଦିନକୁ ଦିନ ଦେଶରେ ମହାମାରୀ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଓଡ଼ିଶାରେ ଏହା ୪୨ରେ ସୀମିତ ରହିଛି। ଆଜି ରାଜ୍ୟରେ ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡିଛି। ସୂଚନା ଅନୁସାରେ ଆଜି ପରୀକ୍ଷା ହୋଇଥିବା ୪୦୦ଟି ନମୁନାରୁ ଗୋଟିଏ ବି ପଜିଟିଭି ବାହାରି ନାହିଁ। ରାଜ୍ୟରେ ଏପର୍ଯ୍ୟନ୍ତ ୨୮୪୧ଟି କରୋନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪୨ଟି କରୋନା ପଜିଟିଭ ହୋଇଥିବା ବେଳେ ଅନ୍ୟ ସବୁ ନେଭେଟିଭ୍ ରହିଛି।
ରାଜ୍ୟରେ ଏପର୍ଯ୍ୟନ୍ତ ୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ଭୁବନେଶ୍ୱରରେ କେବଳ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତଥ୍ୟ ଅନୁସାରେ ସହିଦନଗରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୟୁନିଟ-୪ ଓ ୟୁନିଟ-୫ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୂର୍ଯ୍ୟନଗରରେ ୮ ଜଣ, କପିଳପ୍ରସାଦରେ ଜଣେ, ବମିଖାଲରୁ ୧୪ ଜଣ, ଝାରପଡ଼ାରୁ ଆଉ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜିମଖାନା ପାମ ହାଇଟ୍ସରୁ ଜଣେ, ବରଗଡ଼ ଗାଁରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭଦ୍ରକରୁ ୩ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଥିବା ବେଳେ କଟକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଇତି ମଧ୍ୟରେ କରୋନା ଆକ୍ରାନ୍ତ ହୋଇ ଜଣେ ୭୨ ବର୍ଷିଅ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଯୁବକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Follow Us