ଧାନ ଲୋଡିଂ, ଅନ୍‌ଲୋଡିଂରେ ଆଉ ହେବନି ବିଳମ୍ବ: ନଭେମ୍ବର ୧୫ରୁ ସବୁ ଟ୍ରକ୍‌ରେ ଲାଗିବ

Advertisment

ରାଜ୍ୟରେ ଚଳିତବର୍ଷ ୮୬ ଲକ୍ଷ ଟନ୍ ଧାନକିଣା ପାଇଁ ଲକ୍ଷ୍ୟ ରହିଛି। ଧାନକିଣା ପ୍ରକ୍ରିୟାରେ ପରିବହନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ମଣ୍ଡିରେ ଧାନ ଲୋଡିଂ ସହିତ ମିଲ୍‌ରେ ଅନ୍‌ଲୋଡିଂରେ ହେଉଥିବା ବିଳମ୍ବ ଧରିବାକୁ ବ୍ୟବହାର ହେବ ଭେହିକିଲ୍‌ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌।

ରାଜ୍ୟରେ ଚଳିତବର୍ଷ ୮୬ ଲକ୍ଷ ଟନ୍ ଧାନକିଣା ପାଇଁ ଲକ୍ଷ୍ୟ ରହିଛି। ଧାନକିଣା ପ୍ରକ୍ରିୟାରେ ପରିବହନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ମଣ୍ଡିରେ ଧାନ ଲୋଡିଂ ସହିତ ମିଲ୍‌ରେ ଅନ୍‌ଲୋଡିଂରେ ହେଉଥିବା ବିଳମ୍ବ ଧରିବାକୁ ବ୍ୟବହାର ହେବ ଭେହିକିଲ୍‌ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌।

ଭାରତ-ନେପାଳ ସୀମାରେ ଚାଉଳ ଚୋରାଚାଲାଣ

କଟକ: ରାଜ୍ୟରେ ଚଳିତବର୍ଷ ୮୬ ଲକ୍ଷ ଟନ୍ ଧାନକିଣା ପାଇଁ ଲକ୍ଷ୍ୟ ରହିଛି। ଧାନକିଣା ପ୍ରକ୍ରିୟାରେ ପରିବହନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ମଣ୍ଡିରେ ଧାନ ଲୋଡିଂ ସହିତ ମିଲ୍‌ରେ ଅନ୍‌ଲୋଡିଂରେ ହେଉଥିବା ବିଳମ୍ବ ଧରିବାକୁ ବ୍ୟବହାର ହେବ ଭେହିକିଲ୍‌ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌। ଏହି ମେସିନ୍ ସବୁ ଟ୍ରକ୍‌ରେ ଲାଗିବ। ଟ୍ରକ୍‌ କେଉଁ ସମୟରେ କେଉଁଠୁ ବାହାରିଲା, କେତେ ସମୟ କେଉଁଠି ଅଟକିଲା ଏବଂ କେତେ ବେଗରେ ଚଳାଚଳ କରୁଛି, ସେ ସଂପର୍କରେ ସବୁ ତଥ୍ୟ ଉକ୍ତ ଯନ୍ତ୍ରାଂଶରେ ରେକର୍ଡ ହୋଇଯିବ। ଫଳରେ କେଉଁଠି ବିଳମ୍ବ ହେଉଛି, ତାହା ସହଜରେ ଧରାପଡ଼ିଯିବ। ଆସନ୍ତା ନଭେମ୍ବର ୧୫ ସୁଦ୍ଧା ପ୍ରତି ଟ୍ରକ୍‌ ମାଲିକ ଟ୍ରକ୍‌ରେ ଏହି ଯନ୍ତ୍ରାଂଶ ଲଗାଇବାକୁ ଯାଉଛନ୍ତି। 

ଧାନକିଣା ପ୍ରକ୍ରିୟାରେ ପରିବହନ ବ୍ୟବସ୍ଥାକୁ ସୁସଙ୍ଗଠିତ କରିବା ଦିଗରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ, ଟ୍ରକ୍‌ ମାଲିକ ସଂଘ ଏବଂ ପରିବହନ ଠିକାଦାରମାନଙ୍କ ସହିତ କଟକସ୍ଥିତ ପରିବହନ କମିସନରଙ୍କ କାର୍ଯ୍ୟାଳୟରେ ଆଲୋଚନା କରିଛନ୍ତି। ନଭେମ୍ବର ଶେଷ ଭାଗରେ ରାଜ୍ୟରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ପରିବହନ ଠିକାଦାର ଓ ଟ୍ରକ ମାଲିକ ଯେଭଳି ବ୍ୟବସ୍ଥିତ ଢଙ୍ଗରେ ଧାନ ପରିବହନ କରିପାରିବେ, ସେ ଦିଗରେ ପରିବହନ ଆୟୁକ୍ତ ଶ୍ରୀ ଠାକୁର ବୈଠକରେ ପ୍ରସ୍ତାବ ରଖିଥିଲେ। ଧାନ ପରିବହନ ପାଇଁ ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଟେଣ୍ଡର ଜାରି କରିବ। ଏହି ପ୍ରକ୍ରିୟାରେ ଯେପରି ଅଧିକରୁ ଅଧିକ ଟ୍ରକ୍‌ ମାଲିକ ସାମିଲ ହୋଇପାରିବେ, ସେ ସମ୍ପର୍କରେ ଆଗୁଆ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା କରାଯାଇଥିଲା। 

ବିଳମ୍ବ ହେଲେ ଧରିବ ଭେହିକିଲ୍‌ ଲୋକେସନ୍ ଟ୍ରାକିଂ ଡିଭାଇସ୍
ନଭେମ୍ବର ୧୫ରୁ ସବୁ ଟ୍ରକ୍‌ରେ ଲାଗିବ

ଏହାଛଡ଼ା ଧାନ ପରିବହନରେ ଟ୍ରକ୍‌ ମାଲିକମାନେ ସାମନା କରୁଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା। ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ମୁଖ୍ୟ ପରିଚାଳକ ସୁଧାକର ସାହୁ ଟେଣ୍ଡରର ବିଭିନ୍ନ ଦିଗ ସମ୍ପର୍କରେ   ଆଲୋଚନା କରିଥିଲେ। ଧାନକିଣାରେ କଟ୍‌ନି ଛଟ୍‌ନି ବାଦ୍‌ ଦେବାକୁ ମିଲରଙ୍କ ପ୍ରତିନିଧି ମଣ୍ଡିରେ ରହିବେ। ଧାନ ଲୋଡିଂ କରାଇବା ସହିତ ଟ୍ରକ୍‌ ଡାଲାରେ ଯେପରି ପାଲ ପଡ଼ିବ ଏବଂ ଲୋଡିଂ ପରେ ସିଲ୍ ହେବ, ତାକୁ ସୁନିଶ୍ଚିତ କରିବେ ବୋଲି ପରିବହନ ଆୟୁକ୍ତ ଶ୍ରୀ ଠାକୁର ପ୍ରସ୍ତାବ ଦେଇଥିଲେ। ଟ୍ରକ୍‌ରେ ଭେହିକିଲ୍‌ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌ ଲଗାଇଲେ ଅନ୍‌ଲୋଡିଂରେ ହେଉଥିବା ବିଳମ୍ବର ସମାଧାନ ହୋଇପାରିବ। 

ଇଏମ୍‌ଡି ଅନୁପାତ ତିନି ପ୍ରତିଶତ କରିବା, ଯୋଗ୍ୟତା ପାଇଁ ପରିବହନ ଅଭିଜ୍ଞତା କମ ରଖିବା ଆଦି ଟେଣ୍ଡର ଧାରାକୁ କୋହଳ କିମ୍ବା ସଂଶୋଧନ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମକୁ ଶ୍ରୀ ଠାକୁର ପ୍ରସ୍ତାବ ଦେଇଛନ୍ତି। ବୈଠକରେ ସମସ୍ତ ବରିଷ୍ଠ ଅଧିକାରୀ, ଓଡ଼ିଶା ଟ୍ରକ୍‌ ମାଲିକ ଫେଡେରେସନ୍‌ର ସାଧାରଣ ସମ୍ପାଦକ ରବି ଶତପଥୀ, ଓଡ଼ିଶା ଟ୍ରକ୍‌ ମାଲିକ ସଂଘ ସଭାପତି ଶରତ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ପରିବହନ ଠିକାଦାର ବୈଠକରେ ଇପସ୍ଥିତ ଥିଲେ ବୋଲି ପରିବହନ ବିଭାଗର ଯୁଗ୍ମ ପରିବହନ କମିସନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe