କୋରାପୁଟ ଜିଲ୍ଲା ରୋଗୀଙ୍କୁ ମା ଭରସା: କରୋନା ପାଇଁ ରହିଛି ମାତ୍ର ୬ ଭେଣ୍ଟିଲେଟର

Advertisment

ମାସ୍କ ଓ ସୁରକ୍ଷା ଉପକରଣର ଅଭାବ, ୯ସଂଦିଗ୍ଧଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍

ମାସ୍କ ଓ ସୁରକ୍ଷା ଉପକରଣର ଅଭାବ, ୯ସଂଦିଗ୍ଧଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍

ଭେଣ୍ଟିଲେଟରରେ ୮୫ ପ୍ରତିଶତ ରୋଗୀଙ୍କ ପ୍ରାଣ ଯାଉଛି

CNN.com

ଜୟପୁର : କୋରାପୁଟ ଜିଲ୍ଲାରେ ଯଦି କରୋନା ପ୍ରକୋପ ବୃଦ୍ଧି ପାଏ, ତେବେ କେମିତି ହେବ ରୋଗୀଙ୍କ ଚିକିତ୍ସା? ଗୁରୁତର କରୋନା ଆକ୍ରାନ୍ତଙ୍କ ପାଇଁ ଭେଣ୍ଟିଲେଟର ନିହାତି ରୁପେ ଆବଶ୍ୟକ। ତେବେ କୋରାପୁଟ ଜିଲ୍ଲାର ୨ପ୍ରମୁଖ ଜୟପୁରର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ଏସଏଲଏନ୍ ମେଡିକାଲ କଲେଜ ମଧ୍ୟରୁ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜରେ ୬ଟି ଭେଣ୍ଟିଲେଟର ରହିଛି। ଅତିବେଶିରେ ଏକାଥରକରେ ୬ଜଣ ଆକ୍ରାନ୍ତଙ୍କୁ ହିଁ ଚିକିତ୍ସା ଯୋଗାଇ ହେବ। ଅନ୍ୟ ମାନଙ୍କୁ ମା ଭରସା । ତେବେ ଘରୋଇ ଡାକ୍ତରଖାନା ଗ୍ଲୋକାଲରେ ୯ଟି ଭେଣ୍ଟିଲେଟରର ସୁବିଧା ରହିଥିବା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅଧିକ୍ଷକ ଡ. ରାମଚନ୍ଦ୍ର ମହାନ୍ତି କହିଛନ୍ତି। ଏହା ଶୀଘ୍ର ଆରମ୍ଭ ହେଲେ ଏହି ଦକ୍ଷିଣ ଅଂଚଳ ପାଇଁ କରାଯାଇଥିବା କୋଭିଡ୍-୧୯ଡାକ୍ତରଖାନାରେ କାମରେ ଲାଗି ପାରିବ।

ସେଭଳି କୋରାପୁଟ ଜିଲ୍ଲା ପାଇଁ ଶୁଭଖବର ଭୁବନେଶ୍ବର ଆରଏମଆରସିକୁ ପଠାଯାଇଥିବା ୯ଜଣ ସଂଦିଗ୍ଧଙ୍କ ଥ୍ରୋଟ ସଟ ଓ ସ୍ବାବର ରିପୋର୍ଟ ନେଗେଟିଭ୍ ଆସିଛି। ଅନ୍ୟପକ୍ଷରେ ସଂପ୍ରତି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ୨ଲେୟାର ଓ ୩ଲେୟାର ମାସ୍କ, ପରସନାଲ ଫ୍ରୋଟେକ୍ସନ ଇକ୍ୟୁପମେଣ୍ଟ ଓ ସାନିଟାଇଜର ବି କମ ରହିଥିବାରୁ ଚିକିତ୍ସା କରୁଥିବା ଡାକ୍ତର ଓ କର୍ମଚାରୀ ଚିନ୍ତାରେ ପଡିଛନ୍ତି। ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପରସନାଲ୍ ଫ୍ରୋଟେକ୍ସନ୍ ଇକ୍ୟୁପମେଣ୍ଟ(ପିପିଇ)୨୦ଟି ରହିଥିବା ଏବଂ ଅନ୍ୟାନ୍ୟ ମାସ୍କ ଆଦି ଓର୍ଡର ଦିଆଯାଇଥିବା ବେଳେ ଦିନକ ମଧ୍ୟରେ ପହଚିଂବ ବୋଲି ଅଧିକ୍ଷକ ଡ.ମହାନ୍ତି କହିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲାରେ ବି ଏହାର ଅଭାବ ରହିଥିବା ସୂଚନା ମିଳିଛି। ଜିଲ୍ଲାରେ ପିପିଇ ୩୩ଟି, ଏନ୯୫ ମାସ୍କ ୧୨୯୭ଟି, ୩ଲେୟାର ୧୬୨୫ଟି , ସେନିଟାଇଜର ୧୫୦ମିଲିଲିଟରର ୨୧ଟି ଥିବା ସିଡିଏମଓଙ୍କ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ମିଳିଛି। ତେବେ ଏସବୁ ଅଭାବି ଲାଗି ରହିଥିବା ବେଳେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକଙ୍କ ନିକଟରୁ ଗତ ୨୬ତାରିଖରେ ଆସିଥିବା ଚିଠିକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଡାକ୍ତର ଓ ଅନ୍ୟ କର୍ମଚାରୀ। ସମଗ୍ର ଦେଶରେ ଏହାର ଅଭାବ ଥିବାରୁ କନାର ମାସ୍କ ବ୍ୟବହାର କରିବାକୁ ନିର୍ଦେଶ ଦିଆଯାଇଛି। ଏହାକୁ ନେଇ ଏବେ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ କିଭଳି ଏହି ସମସ୍ୟାର ମୁକାବିଲା କରିବେ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe