ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦରେ ଜିଆଇ ଟ୍ୟାଗ୍ ନେଇ ଗୁରୁବାର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଧାନସଭା ଅଧିବେଶନରେ ଲିଖିତ ପ୍ରଶ୍ନ ରଖିବା ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ରଖିଛନ୍ତି। ସେ କହିଛନ୍ତି ଶ୍ରୀଜଗନ୍ନାଥ କେବଳ ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି। ତାଙ୍କ ପ୍ରସାଦକୁ ମହାପ୍ରସାଦ ମାନ୍ୟତା ମିଳିଛି। ମହାପ୍ରସାଦକୁ ପ୍ରାଚୀନ କାଳରୁ ସ୍ୱୀକୃତି ମିଳିଛି। ଅନ୍ୟ କୌଣସି ରାଜ୍ୟ ଏହାକୁ ହାସଲ କରି ପାରିବେ ନାହିଁ। ତେଣୁ ମହାପ୍ରସାଦର ପଞ୍ଜିକରଣ ଆବଶ୍ୟକ ନାହିଁ।
ମହାପ୍ରସାଦରେ ଜିଆଇ ଟ୍ୟାଗ୍ ଅନାବଶ୍ୟକ: ପ୍ରତାପ ଜେନା
Advertisment
Follow Us