କରୋନା ନେଇ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌: ଅତ୍ୟାବଶ୍ୟକ ନଥିଲେ ହସ୍‌ପିଟାଲରେ ଆଡମିସନ ମନା

Advertisment
କରୋନା ନେଇ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌: ଅତ୍ୟାବଶ୍ୟକ ନଥିଲେ ହସ୍‌ପିଟାଲରେ ଆଡମିସନ ମନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମେଡିକାଲ କଲେଜର ଅଧ୍ୟକ୍ଷ, କ୍ୟାପିଟାଲ ହସ୍‌ପିଟାଲ, ରାଉରକେଲା ସରକାର ଡାକ୍ତରଖାନାର ନିର୍ଦ୍ଦେଶକ ଓ ସିଡିଏମ୍‌ଓ ମାନଙ୍କୁ ପତ୍ର ଲେଖାଯାଇଛି।

ଗାଇଡଲାଇନ୍‌ ଅନୁସାରେ କରୋନା ନିୟମ ପାଳନ କରାଯିବାକୁ କୁହାଯାଇଛି। ଆବଶ୍ୟକ ନଥିଲେ ରୋଗୀଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରା ନ ଗଲେ। ଇଣ୍ଡୋର୍‌ ଚିକିତ୍ସା ସମୟରେ ରୋଗୀଙ୍କ ସହିତ ଜଣେ ଆଟେଣ୍ଡାଣ୍ଟ ରହିପାରିବେ। ସେହିପରି ଓପିଡିରେ ଆବଶ୍ୟକତା ନଥିରେ ରୋଗୀଙ୍କୁ ବାରମ୍ବାର ଆସିବାକୁ ମେଡିକାଲ ଅଧିକାରୀ ମନା କରିପାରିବେ। କରୋନା କଟକଣା ମଧ୍ୟରେ ଜରୁରୀ ଅସ୍ତ୍ରୋପଚାର ହୋଇପାରିବ। ଅନ୍ୟ ବିକଳ୍ପ ଅସ୍ତ୍ରୋପଚାର ଗୁଡ଼ିକ ସ୍ଥଗିତ ରଖାଯାଇପାରିବ। ଓପିଡି ଏବଂ ଆଇପିଡିକୁ ଗଣମାଧ୍ୟମର ପ୍ରତିନିଧି ଯାଇପାରିବେ ନାହିଁ। ସାମାଜିକ ଦୂରତା ରକ୍ଷା କରିବା ପାଇଁ ହସ୍‌ପିଟାଲ ଗୁଡ଼ିକରେ ଡିଡିସି କାଉଣ୍ଟର ଅଧିକ ଖୋଲାଯିବ।

ପୂର୍ବ ଗାଇଡଲାଇନ୍‌ ଅନୁସାରେ ଉତ୍ସର୍ଗୀକୃତ ଜ୍ୱର କ୍ଲିନିକ୍‌, ଆଇସୋଲେସନ୍‌ ଓ୍ଵାର୍ଡ ଓ ଟେଷ୍ଟିଂ ସବୁଧା ରହିବ। ପୂର୍ବ ଗାଇଡ୍‌ଲାଇନ୍‌ ଅନୁସାରେ ଟେଲିମେଡିସିନ୍‌ ସେବା ପୁଣି ଆରମ୍ଭ ହେବ। ସ୍ଥାନୀୟ ଅଞ୍ଚଳର ପରିସ୍ଥିତିକୁ ଦେଖି ହସ୍‌ପିଟାଲ କର୍ତ୍ତୃପକ୍ଷ ସାମାଜିକ ଦୂରତା ନେଇ ପଦକ୍ଷେପ ଗ୍ରହଣ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe