ଉତ୍କଳ ବିଶ୍ବବିଦ୍ୟାଳୟରେ ‌ଖୋଲିନି ନୂଆ ପାଠ୍ୟକ୍ରମ

Advertisment
ଉତ୍କଳ ବିଶ୍ବବିଦ୍ୟାଳୟରେ ‌ଖୋଲିନି ନୂଆ ପାଠ୍ୟକ୍ରମ

utkaluniversity.ac.in

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷାବର୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟରେ କୌଣସି ନୂତନ ପାଠ୍ୟକ୍ରମ ଖୋଲି ନ ଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ୪ଟି ନୂତନ ରେଗୁଲାର ବିଭାଗ ଖୋଲିଥିବା ବେଳେ ଗୋଟିଏ ସେଲ୍ଫ ଫାଇନାନ୍ସିଂ ଖୋଲିଛି। ଏହି ବିଶ୍ବବିଦ୍ୟାଳୟରେ ବିଭିନ୍ନ ଭିତ୍ତିଭୂମି ଓ ଗବେଷଣା କ୍ଷେତ୍ରରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ପ୍ରଦାନ କରାଯାଇଛି। ରମାଦେବୀ ମହିଳା ବିଶ୍ବବଦ୍ୟାଳୟରେ ଏବର୍ଷ ଏମ୍‌ବିଏ ଓ ଫିଲୋସଫି ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରାଯାଉଛି ଏବଂ ରମାଦେବୀ ଚେୟାର ସ୍ଥାପନ ହୋଇଛି। ଏଠାରେ ନୂତନ ଶିକ୍ଷା ନୀତି କାର୍ଯ୍ୟକରୀ କରିବା ଲାଗି ବିଶ୍ବବିଦ୍ୟାଳୟସ୍ତରରେ କମିଟି ଗଠନ କରାଯାଇ ପଦକ୍ଷେପ ନିଆଯାଇଛି। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ୨୦୧୯-୨୦ ଶିକ୍ଷାବର୍ଷରେ ୪ଟି ନୂଆ ବିଷୟ ଆରମ୍ଭ ହୋଇଛି ଏବଂ ଗବେଷଣା କ୍ଷେତ୍ରରେ ପ୍ରୋତ୍ସାହନ କରିବାକୁ ରିସର୍ଚ୍ଚ ପ୍ରୋମୋସନ ସେଲ୍‌ ଖୋଲାଯାଇଛି। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟରେ ୧୪ଟି ବିଷୟରେ ସ୍ନାତକୋତ୍ତର ଓ ୧୧ଟି ସ୍ନାତକ ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି।

ବିଦେଶୀ ଛାତ୍ରଛାତ୍ରୀଙ୍କ ତଥ୍ୟ ନାହିଁ
ବାହାର ରାଜ୍ୟର ୬୨୧ଜଣ ଛାତ୍ରଛାତ୍ରୀ ଓଡ଼ିଶାରେ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି। ସେଥିମଧ୍ୟରୁ ୩୮୧ଚଣ ସ୍ନାତକ ଓ ୨୪୦ଜଣ ସ୍ନାତକୋତ୍ତର ପାଠ୍ୟକ୍ରମରେ ରହିଛନ୍ତି। କେତେଜଣ ବିଦେଶୀ ଛାତ୍ରଛାତ୍ରୀ ଏଠାରେ ପଢ଼ୁଛନ୍ତି ତାହାର ତଥ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକଠାରୁ ସଂଗ୍ରହ କରାଯାଉଛି ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏହା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe