କରୋନାର କୌଣସି ନୂଆ ଲକ୍ଷଣ ନାହିଁ, ଆଜି ସ୍ବାସ୍ଥ୍ୟ ବିଭାଗର ବୈଠକ

Advertisment
ଓଡ଼ିଶାରେ କରୋନାର ଏକ ନୂଆ ସବ୍ ଲିନିଏଜ୍ ଭୂତାଣୁ ଚିହ୍ନଟ

ଭୁବନେଶ୍ବର : ଚୀନ୍‌ରେ ଆତଙ୍କ ସୃଷ୍ଟି କରିଥିବା କରୋନାର ଓମ୍ରକିନ୍ ବିଏଫ୍‌.୭ ପ୍ରଜାତି ଓଡ଼ିଶାରେ ଚିହ୍ନଟ ନେଇ ଘୋଷଣା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ଜନଗହଳି ସ୍ଥାନକୁ ଯାଉଥିଲେ ମାସ୍କ ପିନ୍ଧିବା ଲାଗି ନିବେଦନ କରାଯାଇଛି। ଆଜି ସ୍ବାସ୍ଥ୍ୟ ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।

ଗତ ସେପ୍ଟେମ୍ବର ମାସରେ ଖୋର୍ଧା ଜିଲ୍ଲାର ଜଣେ ମହିଳାଙ୍କଠାରେ ଓମ୍ରିକନ୍ ବିଏଫ୍‌.୭ ପ୍ରଜାତି ଚିହ୍ନଟ‌ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଅନ୍ୟ କୌଣସି ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିନାହିଁ। ପ୍ରାୟ ୧ମାସ ହେବ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ତେଣୁ ଟେଷ୍ଟିଂ-ଟ୍ରାକିଂ-ଟ୍ରିଟିଂ-କଣ୍ଟାକ୍ଟ ଟ୍ରେସିଂ ଓ ଟିକାକରଣ ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦିଆଯାଇଛି। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ସବୁ ଜିଲ୍ଲାମାନଙ୍କୁ ଚିଠି ଜାରି ହୋଇଛି।

ବିଶେଷଜ୍ଞଙ୍କ ମତରେ ସଂକ୍ରମଣ ବଢ଼ିବାକୁ ହେଲେ ଏଜେଣ୍ଟ, ହୋଷ୍ଟ ଓ ଉପଯୁକ୍ତ ପରିବେଶର ଆବଶ୍ୟକତା ରହିଛି। ବିଏଫ୍‌.୭‌ ହେଉଛି ପୂର୍ବରୁ ଚିହ୍ନଟ ହୋଇଥିବା ବି.୫ ପ୍ରଜାତିର ଉପ-ପ୍ରଜାତି। ବି.୫ ପ୍ରଜାତି ଓଡ଼ିଶା ସମେତ ଦେଶରେ ରହିଛି। ଏହାଦ୍ବାରା ଦେଶରେ କରୋନା ସଂକ୍ରମଣରେ ବୃଦ୍ଧି ଦେଖିବାକୁ ମିଳିନାହିଁ। ଭାରତରେ ଟିକାକରଣ ହାର ଭଲ ଥିବା ବେଳେ ଅନେକ ଲୋକ ସଂକ୍ରମିତ ହୋଇସାରିଛନ୍ତି। ‌ଲୋକଙ୍କଠାରେ ହାଇବ୍ରିଡ୍ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ରହିଛି। ତେଣୁ ବିଏଫ.୭ କାରଣରୁ ଦେଶରେ ସଂକ୍ରମଣ ବ୍ୟାପିବା ଆଶଙ୍କା କମ୍।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ଆତଙ୍କିତ ହେବାର କାରଣ ନାହିଁ। ଅନ୍ୟ ଦେଶରେ ସଂକ୍ରମଣ ବଢ଼ୁଛି, ହେଲେ ଆମର ସେଭଳି ସ୍ଥିତି ନାହିଁ। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ରୁ ବର୍ତିବାକୁ ହେଲେ କୋଭିଡ ନିୟମକୁ ମାନିବାକୁ ପଡ଼ିବ। ଗହଳିକୁ ଗଲେ ମାସ୍କ ପିନ୍ଧିବା ଜରୁରୀ। ଦେଶରେ ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ଭଲ ଅଛି। ତେଣୁ ଆତଙ୍କିତ ନ ହୋଇ ସତର୍କ ରହିବା। ହକି ବିଶ୍ବକପ୍ ଓ ନୂଆ ବର୍ଷ ନେଇ ଆସନ୍ତାକାଲି ବୈଠକରେ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe