ରୁଚିକା ମହାନ୍ତି ଆତ୍ମହତ୍ୟା: ଡିସିପି କହିଲେ- ୧୯୮ ଜଣଙ୍କୁ ପଚରାଉଚରା କରିଛୁ, କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି

Advertisment
ରୁଚିକା ମହାନ୍ତି ଆତ୍ମହତ୍ୟା: ଡିସିପି କହିଲେ- ୧୯୮ ଜଣଙ୍କୁ ପଚରାଉଚରା କରିଛୁ, କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ୧୧ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି ରହିଛି। ପୁଲିସ ଏହାରି ମଧ୍ୟରେ ବହୁ ତଦନ୍ତ କରିଥିଲେ ବି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳତା ପାଇପାରି ନାହିଁ। ୧୯୮ ଜଣ ଛାତ୍ରୀ, ସଂପର୍କୀୟ ଓ ସାଙ୍ଗଙ୍କୁ ପଚରାଉଚରା କରାଯାଇଥିଲେ ବି ରୁଚିକାଙ୍କ ଆତ୍ମହତ୍ୟା ପାଇଁ କେଉଁମାନେ ଦାୟୀ ସେମାନଙ୍କ ବିଷୟରେ କିଛି ଜଣାପଡୁ ନାହିଁ। ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଆଜି ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ଡିସିପି କହିଛନ୍ତି ଯେ, ଜୁଲାଇ ୨ ତାରିଖରେ ଏକ ରିପୋର୍ଟ ଆସିଥିଲା। କେସର ଗୁରୁତ୍ୱ ଦେଖିକି ଆମେ ତଦନ୍ତ କରୁଥିଲୁ। ୩ ଜଣିଆ ଟିମ ଗଠନ କରାଯାଇ ତଦନ୍ତ କରାଯାଉଥିଲା। ୧୦୦ ଜଣ ଛାତ୍ରୀ, ରୁଚିକା ପରିବାର ଲୋକେ, ସାଙ୍ଗ ମାଙ୍କୁ ପଚରା ଉଚରା କରିଥିଲୁ। ସାଇଣ୍ଟିଫିକ ଟିମ ଦ୍ୱାରା ସେ ରୁମକୁ ପୁରା ସର୍ଚ୍ଚ କରାଯାଇଥିଲା। ସାଇବର ଏକ୍ସପର୍ଟ, ଟେକ୍ନିକାଲ ଏକ୍ସପର୍ଟଙ୍କ ସହଯୋଗ ଲୋଡିଥିଲୁ। ରୁଚିକାର ମୋବାଇଲରୁ ଡାଟା ରିଟ୍ରାଇଭ କରିବାକୁ ଚେଷ୍ଟା କରୁଛୁ। ମୋବାଇଲର ଡାଟା ରିଟ୍ରାଇଭ କରିବାକୁ ସିଙ୍ଗାପୁରକୁ ପଠା ଯାଉଛି, ଯାହା ତଦନ୍ତରେ ବହୁତ ସହଯୋଗ କରିବ ଏବଂ ଗୁମର ଖୋଲିବ ବୋଲି ଅନୁମାନ କରାଯାଉଛି।

ତଦନ୍ତ ବେଳେ ରାଗିଂ ନେଇ କୌଣସି ସ୍ୱୀକାର କରି ନାହାନ୍ତି ବା ପୁଲିସକୁ କୌଣସି ତଥ୍ୟ ମିଳି ପାରିନି ବୋଲି ଡିସିପି କହିଛନ୍ତି। ରୁଚିକାଙ୍କ ମାନସିକ ଚାପ ନେଇ ଅନେକ ଲୋକଙ୍କ ପଚରାଉଚରା କରିଛୁ, ହେଲେ କେହି କିଛି ଉତ୍ତର ଦେଇ ନାହାନ୍ତି। ଜଣେ ସାଇକୋଲୋଜିଷ୍ଟଙ୍କର ସହାୟତା ନେଉଛୁ ଯେମିତି କୌଣସି ପିଲା ଭୟ କରିବେ ନାହିଁ।  ସମସ୍ତ ଛାତ୍ରୀଙ୍କୁ ଅପିଲ କରୁଛୁ। ସମସ୍ତେ ଆଗକୁ ଆସନ୍ତୁ ତଥ୍ୟ ଦିଅନ୍ତୁ। ସେଥିପାଇଁ ପିଲାମାନଙ୍କୁ ଏକ ନମ୍ବର ଜାରି କରାଯାଇଛି, ଯେଉଁଥିରେ ସେମାନେ ପୁଲିସକୁ ତଥ୍ୟ ଦେଇ ପାରିବେ।

ବିଜେବି କଲେଜ କାରୁବାକି ଛାତ୍ରୀ ନିବାସର ୨୨୧ ନମ୍ବର ରୁମ୍‌ରେ କଟକ ଜିଲ୍ଲା ଆଠଗଡ଼ ନିର୍ବାଚନମଣ୍ଡଳୀ ଅଧୀନ କଖଡ଼ି ଗ୍ରାମର ଝିଅ ରୁଚିକା ଗତ ୨ ତାରିଖରେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ଲେଖିଥିଲେ, ସିନିଅର ଛାତ୍ରୀଙ୍କ ନିର୍ଯାତନା ଟପିଯାଇଛି। ଜୀବନ ରଖିବାକୁ ଆଉ ଚାହୁଁନାହିଁ। ତ‌େବେ ରୁଚିକା ଆତ୍ମହତ୍ୟା କରିବାର ୧୧ ଦିନ ଭିତରେ ଅଭିଯୁକ୍ତ ୩ ଜଣ ସିନିୟର ଛାତ୍ରୀ ଧରାପଡ଼ି ନାହାନ୍ତି।  ଅନ୍ୟପକ୍ଷରେ ରୁଚିକାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ଛାତ୍ର ସଂଗଠନ ସହିତ ରୁଚିକାଙ୍କ ବାପା, ମା’ ଓ ଭାଇ ଆନ୍ଦୋଳନ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe