ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଶିଆଳିଠାରୁ ପାରାଦୀପ ବେଳାଭୂମି ପର୍ଯ୍ୟନ୍ତ ଅଲିଭ୍‌ରିଡ୍‌ଲେଙ୍କ ମୃତ୍ୟୁ ଉପତ୍ୟକା ପାଲଟିଛି। ଦୈନିକ କଇଁଛ ମରି କୂଳରେ ଲାଗୁଛନ୍ତି। ଏହାକୁ ଲୁଚାଛପାରେ ବନବିଭାଗ ପକ୍ଷରୁ ପୋତି ଦିଆଯାଉଛି। ସବୁଠାରୁ ବଡ଼ କଥା ହେଉଛି ମୃତ କଇଁଛଙ୍କ ପିଠିରେ ବୋଟ୍ ଓ ଟ୍ରଲର୍‌ ପଙ୍ଖା ମାଡ଼ ଚିହ୍ନ ରହିଛି। ନିଷିଦ୍ଧାଞ୍ଚଳରେ ବେଆଇନ ମାଛମରା ବଢ଼ି ଚାଲିଥିବାରୁ ଅଲିଭ୍‌ରିଡ୍‌ଲେଙ୍କ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି। 

Advertisment

Cyber Attack: ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ସୂଚନା ଅନୁସାରେ, ଅଲିଭ୍‌ରିଡ୍‌ଲେଙ୍କ ମିଳନ ଋତୁରୁ ଅଣ୍ଡାଦାନ ଶେଷ ହେବା ପର୍ଯ୍ୟନ୍ତ ନଭେମ୍ବର ୧ରୁ ମେ’ ୩୧ ପର୍ଯ୍ୟନ୍ତ ୭ମାସ ଧରି ସମୁଦ୍ର ଉପକୂଳରୁ ୨୦ କିଲୋମିଟର୍‌ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ବିଶେଷକରି ମୁହାଣ ନିକଟରେ କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି। ମିଳନ ସମୟରେ ବହୁସଂଖ୍ୟାରେ କଇଁଛ କୂଳ ପର୍ଯ୍ୟନ୍ତ ଓ ମୁହାଣ ନିକଟକୁ ଆସନ୍ତି। କଟକଣାକୁ ଉଲ୍ଲଂଘନ କରାଯାଇ ମାଛ ମରାଯାଉଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବଢ଼ି ଚାଲିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପରିବେଶବିତ୍‌ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। କିଛିଦିନ ତଳେ ଶିଆଳି, ଜଟାଧାରୀ ମୁହାଣ ଓ ପାରାଦୀପ ବେଳାଭୂମି ନିକଟରୁ ବହୁ କଇଁଛଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଶିଆଳିରୁ ପାରାଦୀପ ବେଳାଭୂମି ପର୍ଯ୍ୟନ୍ତ କୁଢ଼କୁଢ଼ ମୃତ କଇଁଛ
ପିଠିରେ ଟ୍ରଲର୍‌ ପଙ୍ଖା ମାଡ଼ ଚିହ୍ନ
ପାଟ୍ରୋଲିଂକୁ ନେଇ ଉଠିଲା ପ୍ରଶ୍ନ

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ଡିଏଫ୍‌ଓ କହିଥିଲେ। କିନ୍ତୁ ବ୍ୟାପକ ପାଟ୍ରୋଲିଂ ହେଉ ନ ଥିବାରୁ ଅଲିଭ୍‌ରିଡ୍‌ଲେ ବୋଟ୍‌ ଓ ଟ୍ରଲର୍‌ ମାଡ଼ରେ ମରିଯାଉଛନ୍ତି। ଗତବର୍ଷ ମଧ୍ୟ ପାରାଦୀପ ବେଳାଭୂମିରେ ବହୁ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପାରାଦୀପଠାରୁ ଶିଆଳି ବେଳାଭୂମି ପର୍ଯ୍ୟନ୍ତ ମଧ୍ୟ କଇଁଛଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ, ମତ୍ସ୍ୟ ବିଭାଗ, ମେରାଇନ୍‌ ପୁଲିସ୍‌, କୋଷ୍ଟଗାର୍ଡ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯାଉଥିବା କୁହାଯାଇଛି। କିନ୍ତୁ ଟ୍ରଲର୍‌ ଓ ବୋଟ୍‌ ଏହାକୁ ଉଲ୍ଲଂଘନ କରି ମାଛ ମାରୁଥିବା ଦେଖିବାକୁ ମିଳୁଛି। ଯଦି ପାଟ୍ରୋଲିଂ କଡ଼ାକଡ଼ି କରା ନ ଯାଏ ତବେ କଇଁଛଙ୍କ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି।